ବଣାଇ : ବଣାଇ ରେ ଛୋଟ ଛୋଟ ସ୍କୁଲ ଛାତ୍ରଛାତ୍ରୀ ବର୍ଷା ପାଣିରେ ସାମୁହିକ ଭାବେ ଭସାଇଲେ କାଗଜ ଡଙ୍ଗା।। ପୁରୁଣା ସୃତି ରେ ଯୋଗ ଦେଲେ ଗୁରୁ’ମା।

0 330

ବଣାଇ : ୧୦/୮(ସତ୍ୟାନ୍ୟୁଜ) ଏବେ ମୋବାଇଲ୍ ଯୁଗ। ଛୋଟ ପିଲା ମାନଙ୍କର ମୋବାଇଲ ପ୍ରତି ବେଶୀ ଆକର୍ଷଣ। ପିଲାଦିନର ଲଟୁ ବୁଲାଇବା , ପିଠୁ ଖେଳିବା , ଚୋର୍ ପୋଲିସ୍ ଖେଳିବା ଆଦି ଭୁଲି ଗଲେଣି। ବର୍ଷା ହେଲେ କାଗଜ ଡଙ୍ଗା ଭସାଇବା , ଖାତା ରୁ ଚିରି କାଗଜ କୁ ରକେଟ୍ ବନାଇ ଉଡ଼ାଇବା ଛୋଟ ପିଲାଙ୍କ ଏକ ଅଭ୍ୟାସରେ ପରିଣତ ହୋଇ ଯାଇଥିଲା। କିନ୍ତୁ ଏବେ ମୋବାଇଲ୍ ଫୋନ୍ ସବୁ ସ୍ଥାନ ଅଧିକାର କରି ନେଇଛି। କିନ୍ତୁ ଏବେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେ ଦେଖିବାକୁ ମିଳିଛି ପିଲା ମାନଙ୍କ ଚପଳମତି ସ୍ଵଭାବ। ତିନି ଚାରି ଦିନ ହେଲା ଲଗାଣ ବର୍ଷାରେ ରାସ୍ତା ଉପରେ ପାଣି ଜମି ରହିଥିବା ଦେଖି ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନେ ଆଉ ଇଚ୍ଛା କୁ ମାରି ପରିଲେ ନାହିଁ। କାଗଜରେ ଡଙ୍ଗା ତିଆରି କରି ପାଣିରେ ଭାସାଇଲେ। ଗୀତ ବି ଗାଇଲେ। ସାଙ୍ଗରେ ଶିକ୍ଷୟତ୍ରୀ ମାନେ ମଧ୍ୟ ଗୀତ ଗାଇ ଗାଇ ମଜା ନେଇ କାଗଜ ଡଙ୍ଗା ଭାସାଇଲେ। ଆଜିର ମୋବାଇଲ ଯୁଗରେ ପିଲା ମନେ ପୁରୁଣା ସୃତି, ପରମ୍ପରା କୁ ଭୁଲି ଯାଉଥିବା ବେଳେ ବଣାଇର ଏହି ସାମୁହିକ କାଗଜ ଡଙ୍ଗା ଭସା ପୁରୁଣା ଦିନକୁ ମନେ ପକାଇ ଦେଉଛି।

Leave A Reply

Your email address will not be published.