ରାଇରଙ୍ଗପୁର : ୯/୮(ସତ୍ୟାନ୍ୟୁଜ) (ଶ୍ୟାମଲେନ୍ଦୁ ପରିଡ଼ା) ଆଜି ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଉଛି। ଆଦିବାସୀ ମାନଙ୍କର ଅଧିକାର ପ୍ରତି ସଚେତନତା ତଥା ବିକାଶର ଧାରା ଅଧିକ ତ୍ବରାନିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତିବର୍ଷ ଅଗଷ୍ଟ ନଅ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ l ଏହା ଆଦିବାସୀମାନଙ୍କ ଅଧିକାର ଏବଂ ସୁରକ୍ଷା ପ୍ରତି ଅଧିକ ତତ୍ପର ହେବା କଥା ସୂଚାଇଥାଏ l ରାଇରଙ୍ଗପୁର ସହର ସ୍ଥିତ ପିସିଏମ କଲ୍ୟାଣ ମଣ୍ଡପ ଠାରେ ସାହିତ୍ୟିକ ତଥା ବିପ୍ଳବୀ ମନୋରଂଜନ ତରିଆଙ୍କ ମାର୍ଗଦର୍ଶନ ରେ ଆୟୋଜିତ ହୋଇଯାଇଛି ବିଶ୍ଵ ଆଦିବାସୀ ଦିବସ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ବରିଷ୍ଠ ନେତା ବିଜୁ ଗୋପାଳ ଗୋପ,ସଂଗଠକ ଧୋନୀ ଗଇପାଇ, ବିର୍ସା କଣ୍ଡାଂକେଲ, ଦୁସୁରୁ ଜେରାଇ, ଦେବରଂଜନ ସିଂ, ଲୁନ୍ଦୁରୁ ବିରୁଆ, ଚନ୍ଦ୍ରିକା କଣ୍ଡାଂକେଲ, ମୋନିକା କଣ୍ଡାଂକେଲ, ନିତାଇ ପୂର୍ତ୍ତୀ, ମଥୁରା ଆଲଡା ଓ ସାହିତ୍ୟପ୍ରେମୀ ଲଳିତ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ ଦିବସରେ ରାଇରଙ୍ଗପୁର ଏବଂ ଆଖପାଖ ଅଂଚଳର ଆଦିବାସୀ ମାନେ ଯୋଗ ଦେଇଥିଲେ। ମହାନ ବ୍ୟକ୍ତିତ୍ବ ତଥା ସ୍ବାଧୀନତା ସଂଗ୍ରାମୀ ଙ୍କର ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ପରେ ସେମାନଙ୍କର ସ୍ମୁତିଚାରଣ କରାଯାଇଥିଲା। ଏହାପରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ବହୁ ଆଦିବାସୀ ଭାଇଭଉଣୀ ଯୋଗ ଦେଇଥିଲେ l
ରାଇରଙ୍ଗପୁର ରୁ ଶ୍ୟାମଲେନ୍ଦୁ ପରିଡ଼ାଙ୍କ ରିପୋର୍ଟ।