ରାଉରକେଲା : ସରକାରୀ ଜମି ରୁ ଜବର ଦଖଲ ହଟାଇବା ନିଷ୍ପତ୍ତିକୁ ବିରୋଧ।। ପେସା ଗ୍ରାମସଭା କମିଟି ପକ୍ଷରୁ ଏଡିଏମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।
ରାଉରକେଲା : ୯/୮(ସତ୍ୟାନ୍ୟୁଜ) ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସରକାରୀ ଜମିରୁ ଜବର ଦଖଲ ହଟାଇବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଆଜି ବିରୋଧ କରିଛନ୍ତି ଶହ ଶହ ଆଦିବାସୀ। ବିଶ୍ଵ ଆଦିବାସୀ ଦିବସରେ ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲା ପେସା ଗ୍ରାମସଭା ସମ୍ୱନୟ କମିଟି ପକ୍ଷରୁ ସରକାରଙ୍କ ଏହି ନିର୍ଦ୍ଦେଶ ର ପୁନର୍ବିଚାର କରିବା ପାଇଁ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଉରକେଲା ଉଦିତ ନଗର ଫିଟନେସ ପାର୍କ ନିକଟରୁ ଏକ ଶୋଭାଯାତ୍ରା ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲା। ସରକାରୀ ଜମିରେ ଥିବା ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ ସହ ଜାଗା ମିଶନ କାର୍ଯ୍ୟକାରୀ କରିବାକୁ କମିଟି ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସୂଚନାଯୋଗ୍ୟଯେ ରାଜ୍ୟ ସରକାର କିଛି ଦିନ ପୂର୍ବରୁ ସରକାରୀ ଜମିରୁ ଜବର ଦଖଲ ହଟାଇବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।