ରାଉରକେଲା : ୮/୮(ସତ୍ୟାନ୍ୟୁଜ) ରାଉରକେଲା ପାନପୋଷ ରାଜ୍ୟ କ୍ରୀଡ଼ା ଛାତ୍ରବାସ କ୍ୟାମ୍ପସ ରେ ଆଜି ମହିଳା ହକି ପ୍ରତଯୋଗୀତା ଆରମ୍ଭ ହୋଇଛି। ଓଡ଼ିଶା ଭେଟରାନ୍ ହକି ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ପ୍ରଥମ
ଟୁର୍ଣାମେଣ୍ଟ ରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୮ଟି ହକି ଟିମ୍ ଯୋଗ ଦେଇଛନ୍ତି। ଅଧିକାଂଶ ହକି ଟିମ୍ ସୁନ୍ଦରଗଡ଼ ଜିଲ୍ଲା ର। ଏହି ପ୍ରତିଯୋଗିତା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଗ୍ରାମାଞ୍ଚଳ ତଥା ବ୍ଲକ୍ ସ୍ତରରୁ ହକି ପ୍ରତିଭା ମାନଙ୍କୁ ଖୋଜି ବାହାର କରିବା ଏହି ପ୍ରତିଯୋଗିତାର ମୂଳ ଲକ୍ଷ ବୋଲି କହିଛନ୍ତି ଆୟୋଜକ।