ରାଉରକେଲା : ରାଉରକେଲା – ବନ୍ଧମୁଣ୍ଡା ରୋଡ ରାସ୍ତା କଡ ବୁଦା ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର।। ହତ୍ୟା ସନ୍ଦେହ।। ପୋଲିସ ତଦନ୍ତ ଜାରି।
ରାଉରକେଲା : ୮/୮ (ସତ୍ୟାନ୍ୟୁଜ) ରାଉରକେଲା – ବନ୍ଧମୁଣ୍ଡା ରୋଡ ଉତ୍ତମ ବସ୍ତି ନିକଟ ରାସ୍ତା କଡ ଏକ ବୁଦା ମୂଳୁ ଗୁରୁବାର ସକାଳେ ଜଣେ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି। ଯୁବକ ଜଣକ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ତିଲକା ନଗର ଅଞ୍ଚଳ ର ରାମିୟା ମୁଣ୍ଡା ବୋଲି ଜଣା ପଡ଼ିଛି। ମୃତକଙ୍କ ବୟସ ୩୫ ହୋଇଥିବା ବେଳେ ସେ ରଙ୍ଗ ମିସ୍ତ୍ରୀ କାମ କରୁଥିଲେ। ଆଜି ସକାଳୁ ରାମିୟା ଙ୍କ ମୃତ ଶରୀର ସେଠାରେ ପଡିଥିବାର ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ।
ଡିଏସପି ନିର୍ମଳ ଚନ୍ଦ୍ର ମହାପାତ୍ର ଏବଂ ବନ୍ଧମୁଣ୍ଡା ଥାନା ପୋଲିସ ସାଇଣ୍ଟଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ରାମିୟା ଙ୍କୁ ହତ୍ୟା କରା ଯାଇଥିବା ସନ୍ଦେହ କରା ଯାଉଥିବା ବେଳେ ଏ ବାବଦରେ ବନ୍ଧମୁଣ୍ଡା ଥାନାରେ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରାଯାଇଛି।