ବଣାଇ : ୬/୮(ସତ୍ୟାନ୍ୟୁଜ) ବିଲରେ କାମ କରୁଥିବା ବେଳେ ବଜ୍ରପାତ ଯୋଗୁଁ ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ତିନିଜଣ ମହିଳା ଗୁରୁତର ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ଠାକୁରପାଲି ଗ୍ରାମ ନିକଟରେ ଘଟିଛି ଏହି ଘଟଣା । କିଛି ମହିଳା ଜମିରେ କାମ କରୁ ଥିବା ବେଳେ ହଠାତ ମେଘ ଘୋଟି ଆସିଥିଲା। ମହିଳା ମାନେ ବିଲରୁ ଘରକୁ ବାହାରିବା ବେଳେ ବଜ୍ରପାତ ହୋଇ ଥିଲା। ଘଟଣା ସ୍ଥଳରେ ମିନା ମଞ୍ଜରୀ କିଷାନ ନାମକ ଜଣେ ଯୁବତୀ ଟଳି ପଡ଼ିଥିଲେ। ଅନ୍ୟ ତିନି ଜଣ ମହିଳା ବଜ୍ରାଘାତ ରେ ଗୁରୁତର ହୋଇ ପଡିଥିଲେ। ଏହି ଘଟଣା ଦେଖି ନିକଟସ୍ଥ ଜମିରେ କାମ କରୁଥିବା କିଛି ଲୋକ ତୁରନ୍ତ ଦୌଡ଼ି ଆସିଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ବଣାଇ ଡାକ୍ତରଖାନା ପଠା ଯାଇଥିଲା। ଗୁରୁତରଙ୍କ ଚିକିତ୍ସା ବଣାଇ ହସ୍ପିଟାଲରେ କରାଯାଉଛି । ଆହତ ମାନେ ହେଲେ ଠାକୁରପାଲି ଗ୍ରାମର କୌଶଲ୍ୟା ଗଟଛାତ୍ରୀ, ବର୍ଷାରାଣୀ ଗଟଛାତ୍ରୀ ଓ ଜସବନ୍ତି କିଷାନ ।