ବଣାଇ : ବଣାଇ ଟାଉନ ବାଣେଶ୍ୱର ମନ୍ଦିର ନିକଟରେ ପଶିଲା ଦନ୍ତା।। ହାତୀ ଗତିବିଧି ଉପରେ ନଜର ରଖିଛି ବନବିଭାଗ।

0 323

ବଣାଇ : ୬/୮(ସତ୍ୟାନ୍ୟୁଜ) ବଣାଇ ସହରକୁ ପୁଣି ପଶିଲା ଦନ୍ତା। ଦନ୍ତା ହାତୀ କୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ି ଥିବା ବେଳେ ହାତୀଟି ବାଣେଶ୍ୱର ମନ୍ଦିର ନିକଟକୁ ପଳାଇ ଆସିଥିଲା। ବନ ବିଭାଗ କର୍ମଚାରୀ ମାନେ ହାତୀକୁ ଘଉଡାଇ ବ୍ରାହ୍ମଣୀ ନଦୀ ପାର କରି ଦେଇଥିଲେ।ପୁଣି ଆଜି ସକାଳେ ଦନ୍ତା ବାଣେଶ୍ୱର ମନ୍ଦିର ନିକଟକୁ ଫେରି ଆସିଥିଲା। ଏବେ ଦିନ ହୋଇ ଯାଇଥିବାରୁ ହାତୀ ଜଙ୍ଗଲ ଆଡ଼କୁ ପଳାଇ ଯାଇଛି।
ସୁନ୍ଦର ଗଡ଼ ଜିଲ୍ଲା ବଣାଇ ରେଞ୍ଜ ଅଞ୍ଚଳ ରେ ଦୀର୍ଘ ଦିନ ହେଲା ଏକ ଗୋଠ ଛଡା ଦନ୍ତା ଉତ୍ପାତ ଚଳାଇ ଆସୁଛି। ଆଠ ଦିନ ମଧ୍ୟରେ ହାତୀ ଧରଣୀଧର ପାଲି ସେକ୍ସନ ଅଞ୍ଚଳରେ ପ୍ରାୟ ୧୫ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ସାରିଲାଣି। ଏବେ ଦନ୍ତା ହାତୀ ଗତିବିଧି ଉପରେ ବନ ବିଭାଗ ନଜର ରଖିଛି।

Leave A Reply

Your email address will not be published.