ବଣାଇ : ୬/୮(ସତ୍ୟାନ୍ୟୁଜ୍)
ସୁନ୍ଦରଗଡ଼ଜିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ଅଞ୍ଚଳ ବାସୀଙ୍କୁ ଏବେ ଘାରିଛି ମରୁଡି ଭୟ। ଏହି ବ୍ଲକ ର ଦହିଚୁର ଅଞ୍ଚଳ ସମତେ ପ୍ରାୟ ୪ଟି ଗାଁରେ ଏବେ ଏକର ଏକର ଜମି ପଡିଆ ପଡ଼ିଛି। ବର୍ଷା ନଥିବା ଯୋଗୁ ଚାଷୀ ହତାଶ ହୋଇ ଯାଉଛି। ନା ବର୍ଷା ଅଛି ନା ଜମିରେ ପାଣି ମଡାଇବାକୁ ସରକାରଙ୍କ କୌଣସି ପ୍ରକଳ୍ପ ଅଛି। ମରୁଡି ଘୋଷଣା କରିବା ଦାବିରେ ସୋମବାର ଦିନ ପ୍ରାୟ ୪ଟି ଗ୍ରାମର ଲୋକେ କୃଷି ବିଭାଗ ଅଧିକାରୀ ଏବଂ ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେଇଛନ୍ତି।