କେନ୍ଦୁଝର : ଟ୍ରକ୍ ମାଡ଼ି ଯାଇ ବାପ ପୁଅଙ୍କ ସମେତ ୩ ଜଣଙ୍କ ମୃତ୍ୟୁ।। ଯୋଡ଼ା ଅଞ୍ଚଳର ଘଟଣା।। ଉତ୍ୟକ୍ତ ଲୋକଙ୍କ ରାଜପଥ ଅବରୋଧ।

0 416

ବଡ଼ବିଲ: ୫/୮(ସତ୍ୟାନ୍ୟୁଜ) ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପପୁଅ ସମେତ ୩ଜଣଙ୍କ ମୃତ୍ୟୁ ହୋଇ ଯାଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଡିଏଭି ସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ କ୍ରିଷ୍ଣା ଭୂସାଲ୍ ତାଙ୍କ ପୁଅ ନିକିତ ଭୂସାଲ୍ ଓ ଗଣେଶ ଶର୍ମା ବୋଲି ଜଣା ପଡ଼ିଛି। ସମସ୍ତ ମୃତକଙ୍କ ଘର ଯୋଡ଼ା ଥାନା ଆଜାଦ୍ ବସ୍ତି ଅଞ୍ଚଳରେ ବୋଲି କୁହା ଯାଉଛି।
ସୋମବାର ସକାଳେ କ୍ରିଷ୍ଣା ନିଜ ପୁଅ ସହ ନିଜ ପଡିଶା ଘରର ପୁଅ ଗଣେଶକୁ ବାଇକ ଯୋଗେ ସ୍କୁଲ ଛାଡ଼ିବାକୁ ଯାଉଥିଲେ।। ଯୋଡ଼ା ଥାନା ଡିଏଭି ସ୍କୁଲ ନିକଟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ୩ ଜଣଙ୍କୁ ଧକ୍କା ଦେଇଥିଲା। ଫଳରେ ସମସ୍ତେ ଛିଟିକି ପଡ଼ି ରାସ୍ତା ଉପରେ ପଡ଼ି ଯାଇଥିଲେ। ଦ୍ରୁତଗାମୀ ଟ୍ରକଟି ୩ ଜଣଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।

Leave A Reply

Your email address will not be published.