ବଣାଇ : ୪/୮(ସତ୍ୟାନ୍ୟୁଜ୍) ବଣାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ଯାଳୟ ସଭାଗୃହରେ ବଣାଇଁ ଉପଖଣ୍ଡ ସମ୍ବାଦିକ ସଂଘର ପକ୍ଷରୁ ଓଡିଆ ସାମ୍ବାଦିକତା ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବଣାଇଁ ଉପଖଣ୍ଡ ସମ୍ବାଦିକ ସଂଘର ସଭାପତି ରଞିତ ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ବରିଷ୍ଠ ଡାକ୍ତର ସଞ୍ଜୟ କୁମାର , ସଂଘର ଉପଦେଷ୍ଟା ତପନ କୁମାର ଦଣ୍ଡିଆ, ହନୁମାନ କମିଟି ସଭାପତି ଅବସରପ୍ରାପ୍ତ ଡାକ ମାଷ୍ଟର ରୁଦ୍ର ଚରଣ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ । ଉପସ୍ଥିତ ଅତିଥି ମାନେ ନିଜ ବକ୍ତବ୍ୟରେ ସମ୍ବାଦିକତାରେ ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ଓଡ଼ିଶାର ପ୍ରଥମ ମୁଦ୍ରିତ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ୧୮୬୬ ମସିହା ଅଗଷ୍ଟ ୪ ତାରିଖ ଦିନ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ମିଳିତ ସହଯୋଗରେ ଏକ ସାପ୍ତାହିକ ଖବର କାଗଜ ପ୍ରସାରିତ ହୋଇଥିଲା ବୋଲି ଚର୍ଚ୍ଚା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ହବିବ ଖାନ୍,ସଂଘର କୋଷାଧ୍ୟକ୍ଷ ସତ୍ଯନାରାୟଣ ମିଶ୍ର ଲୋକନାଥ ସାମଲ, ରାଜେନ୍ଦ୍ର ପ୍ରଧାନ, ସୁରଜ ପ୍ରତାପ ମାହାନ୍ତି, ହେମନ୍ତ ପାତ୍ର,ଗିରେନ୍ଦ୍ର ସାହୁ, ମଦନ ପାତ୍ର, ଦୁର୍ଗାମାଧବ ବେହେରା, କମଳେଶ୍ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।