ସୁନ୍ଦରଗଡ଼ : ୧୫ଟି ହାଇୱା ଗାଡ଼ିକୁ ୫ ଲକ୍ଷ ୮୫ ହଜାର ଫାଇନ୍।। ମଟର ଯାନ ଆଇନ୍ ର ଖିଲାପ ଯୋଗୁଁ ଆର୍ ଟି ଏ ର କାର୍ଯ୍ୟାନୁଷ୍ଠାନ।
ସୁନ୍ଦରଗଡ଼ : ୪/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଏବଂ ରାଉରକେଲା ପରିବହନ ବିଭାଗ ଏବେ ଆକ୍ସନ ମୁଡ୍ ରେ। ରାଉରକେଲାରେ ନାବାଳକ , ନାବାଳିକା ଗାଡ଼ି ଚଳାଇବା ଉପରେ କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ ସୁନ୍ଦରଗଡ଼ରେ ବସ୍ , ଟ୍ରକ ଆଦି ଯାଞ୍ଚ କରା ଯାଇଛି। ମୁଖ୍ୟତଃ ମଟର ଯାନ ଆଇନ୍ ର ଖିଲାଫ କରୁଥିବା ଗାଡ଼ି ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି। ଆଜି ସୁନ୍ଦରଗଡ଼ ପରିବହନ ବିଭାଗ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି। । ୧୫ ଗୋଟି ୧୬ ଚକିଆ ହଇୱା ଗାଡ଼ିରୁ ୫ ଲକ୍ଷ ୮୫ ହଜାର ୪୫୦ ଟଙ୍କା ଫାଇନ୍ ଆଦାୟ କରାଯାଇଛି। ଏହି ଗାଡ଼ି ଗୁଡ଼ିକ
ଦର୍ଲିପାଲି ଏନଟିପିସି ରୁ ଛତିଶଗଡ଼ ପଥଲଗାଁଓ କୁ ଫ୍ଲାଇ ଆସ ପରିବହନ କରୁଥିଲେ। ସୁନ୍ଦରଗଡ଼ କଲେଜ ବାଇପାସ୍ ନିକଟରେ ଯାଞ୍ଚ ବେଳେ ଧରା ପଡିଥିଲା ସମସ୍ତ ହାଇୱା । ୧୪ ଟି ଗାଡ଼ି ଓଭର ଲୋଡ୍ ପାଇଁ ଫାଇନ୍ ଦେଇଥିବା ବେଳେ ଅନ୍ୟ ଗୋଟିଏ ଗାଡ଼ିର ପରମିଟ ନଥିଲା। ସୂଚନା ଯୋଗ୍ୟଯେ କିଛିଦିନ ପୂର୍ବରୁ ସୁନ୍ଦରଗଡ଼ ପରିବହନ ବିଭାଗ ପକ୍ଷରୁ ଏକ ଘରୋଇ ବସ୍ କୁ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଫାଇନ୍ କରା ଯାଇଥିଲା।