ବିଶାଖପାଟଣା : ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଏକ୍ସପ୍ରେସ ଟ୍ରେନ୍ ରେ ଲାଗିଲା ନିଆଁ।। ଜଳି ଗଲା ୩ଟି ଏ ସି କୋଚ୍।

0 359

ବିଶାଖପାଟଣା: ୪/୮(ସତ୍ୟାନ୍ୟୁଜ) ଫ୍ଲାଟଫର୍ମରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଲାଗି ଗଲା ନିଆଁ। ଦେଖୁ ଦେଖୁ ହୁତୁ ହୁତୁ ହୋଇ ଜଳି ଗଲା ତିନୋଟି ବଗି। ବିଶାଖାପଟନମ୍‌ ରେଲଓ୍ୱେ ଷ୍ଟେସନରେ ଘଟିଛି ଏଭଳି କିଛି ଅଗ୍ନିକାଣ୍ଡ।
ବିଶାଖାପଟନମ୍‌ ରେଳ ଷ୍ଟେସନର ୪ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିବା କୋରବା-ବିଶାଖା ଏକ୍ସପ୍ରେସ୍‌ରେ ଘଟିଛି ଏହି ଅଗ୍ନିକାଣ୍ଡ । ତିନୋଟି ଏସି କୋଚରେ ନିଆଁ ଲାଗିଛି। ଫଳରେ ବି-୬, ବି-୭ ଏବଂ ଏମ-୧ ବଗିଗୁଡିକ ସମ୍ପୂର୍ଣ୍ଣ ଜଳି ଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ସୂଚନା ମୁତାବକ, ଆଜି ସକାଳୁ କୋରବା ଏକ୍ସପ୍ରେସ ଟ୍ରେନ୍ କୋରବା ଠାରୁ ବିଶାଖାପଟନମରେ ଆସି ପହଞ୍ଚିଥିଲା। ଟ୍ରେନ ଟି ୪ ନମ୍ବର ପ୍ଲାଟଫର୍ମରେ ଅଟକିଥିଲା। ତିରୁପତି ଅଭିମୁଖେ ଯାତ୍ରା କରିବାର ଥିଲା। ଏତିକି ବେଳେ ହଠାତ୍‌ ବି-୭ କୋଚ୍‌ରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଦେଖୁ ଦେଖୁ ଏହା ଅନ୍ୟ ଦୁଇ ବଗିକୁ ବ୍ୟାପି ଯାଇଥିଲା। ଏହାକୁ ଦେଖି ଯାତ୍ରୀ ମାନେ ଭୟଭୀତ ହୋଇ ପଡିଥିଲେ। ଷ୍ଟେସନରେ ଆତଙ୍କ ଖେଳି ଯାଇଥିଲା।
ତେବେ ଏଥିରେ କେହି ମୃତାହତ ହୋଇନଥିବା ରେଲଓ୍ୱେ ଅଧିକାରୀମାନେ ସୂଚନା ଦେଇଛନ୍ତି। ଟ୍ରେନ୍‌ରେ କେଉଁ କାରଣ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ। ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଚାଲିଛି।

Leave A Reply

Your email address will not be published.