ସୁନ୍ଦରଗଡ଼ : ଆମ୍ବୁଲାନ୍ସ ଗାଁକୁ ଯିବାକୁ ନଥିଲା ରାସ୍ତା।। ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଲା ବେଳେ ବାଟରେ ରୋଗୀଙ୍କ ମୃତ୍ୟୁ।
ସୁନ୍ଦରଗଡ଼ : ୪/୮(ସତ୍ୟାନ୍ୟୁଜ) ଖଟିଆ ରେ ବୁହା ହୋଇ ଆସୁଥିଲେ ରୋଗୀ। ହେଲେ ଆମ୍ବୁଲାନ୍ସ ପର୍ୟ୍ୟନ୍ତ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଭଲ ରାସ୍ତା ନଥିବାରୁ ଗାଁ କୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଫଳରେ ପାଖାପାଖି ୨ କିଲୋମିଟର ରାସ୍ତା ରୋଗୀଙ୍କୁ ଖଟରେ ବୋହି ଆମ୍ବୁଲାନ୍ସ ପର୍ୟ୍ୟନ୍ତ ଆଣିଲା ବେଳକୁ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏପରି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ସାନ ପତ୍ରାପାଲି ପଞ୍ଚାୟତର ପାତକିଯୋର ଗାଁ ରେ । ଗାଁ ର ଆମ୍ବ କୁନିପଡ଼ାର ୭୦ ବର୍ଷ ବୟସ୍କ ବିଛୁ ଦଣ୍ଡସନାଙ୍କ ହଠାତ୍ ଅସୁସ୍ଥ ହେବା ଯୋଗୁଁ ଆମ୍ବୁଲାନ୍ସ ଡକା ଯାଇଥିଲା। ହେଲେ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇ ପାରିନଥିଲା । ଶେଷରେ ଗାଁ ର କେତେଜଣ ଯୁବକ ୨ କିଲୋମିଟର ଖଟ ରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣୁ ଥିଲେ। ମାତ୍ର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲ। ଘର ଲୋକେ ବିଛୁଙ୍କୁ କିଞ୍ଜିରକେଲା ମେଡିକାଲକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।