ରାଉରକେଲା : ଗୋପବନ୍ଧୁ ପାଲି ନିକଟସ୍ଥ ଦୁର୍ଗାପୁର ପାହାଡ ଉପରୁ ଯୁବକଙ୍କ କ୍ଷତ ବିକ୍ଷତ ଶବ ଉଦ୍ଧାର।। ହତ୍ୟା ମାମଲା ରଜ୍ଜୁ।

0 1,042

ରାଉରକେଲା : ୩/୮(ସତ୍ୟାନ୍ୟୁଜ୍) ରାଉରକେଲା ଗୋପବନ୍ଧୁ ପାଲି ନିକଟସ୍ଥ ବୈଷ୍ଟ ଦେବୀ ପାହାଡ ଉପରେ ଜଣେ ୩୦ ରୁ ୩୫ ବର୍ଷୀୟ ଯୁବକଙ୍କୁ ହତ୍ୟା କରା ଫୋପାଡି ଦିଆଯାଇଛି। ଯୁବକଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଥିବା ବେଳେ ସେ ଏକ ସବୁଜ ରଙ୍ଗର ଟି ସାର୍ଟ ପିନ୍ଧିଛନ୍ତି। ମୃତକଙ୍କ ଚିହ୍ନଟ ଏପର୍ଯ୍ୟନ୍ତ ହୋଇ ପାରିନାହିଁ। ଆଜି ସ୍ଥାନୀୟ ଲୋକେ ଯୁବକ ଜଣକ ସେଠାରେ କ୍ଷତ ବିକ୍ଷତ ଭାବେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପ୍ଲାଣ୍ଟ ସାଇଟ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ପଠାଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେଉଁ ପରିସ୍ଥିତିରେ ଯୁବକଙ୍କୁ ହତ୍ୟା କରାଯାଇଛି ପୋଲିସ ତାର ତଦନ୍ତ କରୁଛି। ଏ ବାବଦରେ ପ୍ଲାଣ୍ଟସାଇଟ୍ ଥାନାରେ ଏକ ହତ୍ୟା ମାମଲା ରଜ୍ଜୁ ହୋଇଛି।

Leave A Reply

Your email address will not be published.