ବଣାଇ : ହାତୀ ଭାଙ୍ଗିଲା ଘର।। କାନ୍ଥ ତଳେ ଚାପି ହୋଇ ଥିବା ମହିଳା ଏବଂ ଦୁଇ ଶିଶୁ ପୁତ୍ରଙ୍କୁ ଉଦ୍ଧାର କଲେ ଗ୍ରାମବାସୀ।। ମହିଳା ଗୁରୁତର।

0 359

ବଣାଇ : ୩/୮(ସତ୍ୟାନ୍ୟୁଜ୍)
ଗୋଠଛଡ଼ା ଦନ୍ତା ଉତ୍ପାତ ରେ ଅତିଷ୍ଠ ହୋଇ ପଡିଛନ୍ତି ବଣାଇ ଅଞ୍ଚଳର ଗ୍ରାମବାସୀ । ଗତକାଲି ରାତିରେ ଅଲେଖପୁର ଅଞ୍ଚଳରେ ଦନ୍ତା ହାତୀ ପ୍ରବେଶ କରି ୪ଟି ଘର ଭାଙ୍ଗି ଦେଇଛି। ଏହି ସମୟରେ ଗୋଟିଏ ଘର କାନ୍ଥ ତଳେ ଜଣେ ମହିଳା ଏବଂ ତାଙ୍କ ଶିଶୁ ଚାପି ହୋଇ ରହି ଯାଇଥିଲେ। ଖବର ପାଇ ଗ୍ରାମବାସୀ କାନ୍ଥ ତଳୁ ମା ଏବଂ ଶିଶୁଙ୍କୁ ଉଦ୍ଧାର କରି ବଣାଇ ଡାକ୍ତରଖାନା ପଠାଇଥିଲେ। ଉଦ୍ଧାର ମହିଳା ଜଣଙ୍କ ଗୁରୁତର ଥିବା ବେଳେ ଦୁଇ ଶିଶୁ ସାମାନ୍ୟ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଅଞ୍ଚଳରେ ଦୀର୍ଘ ଦିନ ହେଲା ଏହି ଦନ୍ତା ନିଜ ଉପଦ୍ରବ ଜାରି ରଖିଛି। ପ୍ରାୟ ପ୍ରତିଦିନ ବିଭିନ୍ନ ଗ୍ରାମରେ ଦନ୍ତା ପଶି ଘର ଭାଙ୍ଗିବା ସହ ଧାନ ଚାଉଳ , ଘର ଆସବାବପତ୍ର ନଷ୍ଟ କରିଦେଉଛି। ହାତୀ ଉପଦ୍ରବ ରେ ଅତିଷ୍ଠ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ହାତୀ ଘଉଡାଇବା ରେ ବନ ବିଭାଗ ସମ୍ପୂର୍ଣ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ବନ ବିଭାଗ ହାତୀ ଶୀଘ୍ର ଘଉଡାଇବା ବ୍ୟବସ୍ଥା ନକଲେ ସମସ୍ତ ସରପଞ୍ଚ ମାନେ ବନବିଭାଗ କାର୍ଯ୍ୟାଳୟକୁ ବନ୍ଦ କରିଦେବେ ବୋଲି କେନ୍ଦ୍ରୀକଳା ସରପଞ୍ଚ କହିଛନ୍ତି।

Leave A Reply

Your email address will not be published.