ଆରଏମସି ତରଫରୁ ଜନଶୁଣାଣି ଅନୁଷ୍ଠିତ
ରାଉରକେଲା : ୩/୮(ସତ୍ୟାନ୍ୟୁଜ୍) ରାଉରକେଲା ମହାନଗର ନିଗମ ତରଫରୁ ଶୁକ୍ରବାର ସ୍ଥାନୀୟ ବାସନ୍ତୀ କଲୋନୀ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା କରି ଲୋକମାନଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକ ଶୁଣିବା ସହ ଏଗୁଡ଼ିକର ତ୍ଵରିତ ସମାଧନ ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଜନଶୁଣାଣିରେ ୱାର୍ଡ ନମ୍ବର ୧୬, ୧୭ ଓ ୧୮ ଅଧିନରେ ଥିବା ବାସନ୍ତୀ କଲୋନୀର ଅଭିଯୋଗକାରୀ ଶୁଣାଣି ସ୍ଥଳରେ ପହଞ୍ଚି ନିଜ ନିଜର ବିଭିନ୍ନ ଅଭିଯୋଗ ତଥା ସମସ୍ୟା ଗୁଡ଼ିକ ଦାଖଲ କରିଥିଲେ। ସେଥିମଧ୍ୟରେ ଡ୍ରେନ୍ ସମସ୍ୟା, ଷ୍ଟ୍ରିଟ ଲାଇଟ, ଜବରଦଖଲ ଉଚ୍ଛେଦ, ଭେଣ୍ଡିଂ ଜୋନ୍ ନିର୍ମାଣ ଆଦି ସମସ୍ୟା ଅନ୍ତର୍ଭୁକ୍ତ ଥିଲା।
ଏଥିରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକଙ୍କ ସହ ଡେପୁଟି କମିଶନର ଶ୍ରୀମତୀ ଅନୀତା ନାୟକ, ସହକାରୀ ଆୟୁକ୍ତ ଶ୍ରୀଯୁକ୍ତ ଅଜିତ କୁମାର ପଟ୍ଟନାୟକ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।