ରାଉରକେଲା : ୨/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡରେ ଘର କବାଟ ଭାଙ୍ଗି ସିରିଜ୍ ଚୋରି ଘଟଣା ଜାରି ରହିଛି। ୨୦ ଦିନ ମଧ୍ୟରେ ଦୃବ୍ରୁତ୍ତ ମାନେ ୩ ଟି କଲୋନୀରେ ଘର କବାଟ ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି।କୋଇଡା ଥାନା ଅନ୍ତର୍ଗତ ରୁଙ୍ଗଟା ମାଇନ୍ସ କଲୋନୀରେ ଜୁଲାଇ ୧୩ ତାରିଖରେ ୬ ଟି ଘର କବାଟ ଭାଙ୍ଗି ୩୦ ଲକ୍ଷ ଟଙ୍କା ଗହଣା ଲୁଟ୍ ହୋଇଥିଲା। ସେହିପରି ଜୁଲାଇ ୩୧ ତାରିଖ ରାତିରେ ଜିନ୍ଦଲ କଲୋନୀରେ ଦୃବ୍ରୁତ୍ତ ମାନେ ୪ଟି ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କା ମୂଲ୍ୟ ର ଗହଣା ଲୁଟି ନେଇଥିଲେ। ପୁଣି ଗୋଟିଏ ଦିନ ପରେ ଗତକାଲି ରାତିରେ ଚୋର ମାନେ ବଣାଇ ଥାନା ଅନ୍ତର୍ଗତ ଏସ୍ ଏନ୍ ମାଇନ୍ସ କଲୋନୀରେ ୪ଟି କ୍ୱାର୍ଟର କବାଟ ଭାଙ୍ଗି ଥିବା ବେଳେ ୨ଟି କ୍ୱାର୍ଟର ରୁ ଲକ୍ଷାଧିକ ଟଙ୍କା ମୂଲ୍ୟ ର ଗହଣା ଲୁଟି ନେଇଛନ୍ତି। ତିନୋଟି କଲୋନୀରେ ଚୋରି ସମାନ ଢଙ୍ଗରେ ହୋଇଛି। ପ୍ରଥମେ ପାଚେରୀ ତାର କାଟି କଲୋନୀ ରେ ପଶିବା ପରେ ଘର କବାଟ ଭାଙ୍ଗି ଲୁଟ୍ କରିଛନ୍ତି। ସମସ୍ତ ଚୋରି ବେଳେ କ୍ୱାର୍ଟର ଲୋକ ମାନେ ଘରେ ନଥିଲେ। ଚୋରି ଏକା ଷ୍ଟାଇଲ୍ ରେ ହୋଇ ଥିବାରୁ ଏଥିରେ ଗୋଟିଏ ଗ୍ୟାଙ୍ଗ ସଂପୃକ୍ତ ଥିବା ଅନୁମାନ କରାଯାଉଛି। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।