ସୁନ୍ଦରଗଡ଼ : ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ।। ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ , ବ୍ୟାଙ୍କ ରେ ଆଲୋକ ସଜ୍ଜା ହେବ।
ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସୁନ୍ଦରଗଡ଼ : ୧/୦୮ (ସତ୍ୟାନ୍ୟୁଜ୍) ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଆଜି ଜିଲ୍ଲା ପ୍ରଶାସନ ପକ୍ଷ ରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦୁଃଖବନ୍ଧୁ ନାୟକ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପି.କେ. ଦାସ, ଏ.ଡି.ଏମ.ଓ ଡ଼ା ପ୍ରକାଶ କୁମାର ବଳ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସମସ୍ତ ବିଭାଗୀୟ ଅଧିକାରୀ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ର ଅଧ୍ୟାପକ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକ ର ନିଷ୍ପତି ଅନୁଯାୟୀ ଚଳିତ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ପଡ଼ିଆ ଠାରେ ଅନୁଷ୍ଠିତ ହେବ। ଏହି ଦିବସ ଉପଲକ୍ଷେ ପ୍ରାତଃ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଦ୍ଵାରା ସୁନ୍ଦରଗଡ଼ ସହର ଅଞ୍ଚଳ ରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୁନ ପରିବେଷଣ କରାଯିବ। ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରଭାତଫେରି କରାଯିବ। ସେହିପରି ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ , ଶିକ୍ଷାନୁଷ୍ଠାନ ଆଦି ରେ ଅନୁଷ୍ଠାନ ର ମୁଖ୍ୟ ଙ୍କ ଦ୍ଵାରା ସକାଳ ୭:୩୦ ସମୟ ରେ ଜାତୀୟ ପତାକା ଉତ୍ତୋଳନ କରାଯିବ, ବରପୁତ୍ର ମାନଂକ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ ଏବଂ ସକାଳ ୯:୧୫ ସମୟ ରେ ଜିଲ୍ଲା ସ୍ଥାନୀୟ କାର୍ଯ୍ୟକ୍ରମ ରେ ମାନ୍ୟବର ମୁଖ୍ୟ ଅତିଥି ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ୟାରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ସେହିପରି ଅଗଷ୍ଟ ୧୧,୧୨ ଏବଂ ୧୩ ତାରିଖ ଦିନ ସକାଳ ୭ ଟା ସମୟ ରେ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ପଡ଼ିଆ ଠାରେ ପ୍ୟାରେଡ ଅଭ୍ୟାସ କରାଯିବ। ଏହି ଦିବସ ଅବସର ରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ମାନ ମଧ୍ୟ ଆୟୋଜିତ ହେବ । ସେହିପରି ଏହି ପବିତ୍ର ଦିବସ ଉପଲକ୍ଷେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ଏବଂ ବ୍ୟାଙ୍କ୍ ଗୁଡ଼ିକ ନିଜ ନିଜର ବିଲ୍ଡିଂ ଗୁଡ଼ିକ ରେ ଆଲୋକସଜ୍ଜା କରିବା ଉପରେ ଗୁରୁତ୍ଵାରୋପ କରାଯାଇଥିଲା।
ସେହିପରି ବୈଠକ ରେ କାର୍ଯ୍ୟକ୍ରମ ର ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ପ୍ୟାରେଡ ପଡ଼ିଆ ରେ ସଫେଇ, ବାରିକେଡିଂ , ସାଜସଜ୍ଜା, ପାନୀୟ ଜଳ ଯୋଗାଣ, ମୋବାଇଲ ଟଏଲେଟ୍ ବ୍ୟବସ୍ଥା, ଅସ୍ଥାୟୀ ଟଏଲେଟ୍, ଆମ୍ବୁଲାନ୍ସ ତଥା ଆଶୁ ଚିକିତ୍ସା ବ୍ୟବସ୍ଥା, ବିଦ୍ୟୁତିକରଣ , ଡାକ୍ତରଖାନା ତଥା ଅନ୍ୟାନ୍ୟ ସ୍ଥାନ ରେ ଫଳ ଓ ମିଷ୍ଠାନ ବଣ୍ଟନ ଆଦି ଉପରେ ଆଲୋଚନା କରାଯାଇଥିଲା ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ଏହି ସବୁ କାର୍ଯ୍ୟ ସମାପନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ କାର୍ଯ୍ୟକ୍ରମ କୁ ସଫଳତା ର ସହ ସମ୍ପାଦନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।