ରାଉରକେଲା : ଟେନ୍ସା ଜିନ୍ଦଲ କଲୋନୀରେ ସିରିଜ୍ ଚୋରି।। ୬ ଟି କ୍ୱାର୍ଟରର କବାଟ ଭାଙ୍ଗି ଦୁର୍ବୃତ୍ତ ଲୁଟି ନେଲେ ଲକ୍ଷାଧିକ ଟଙ୍କା ମୂଲ୍ୟର ଗହଣା।
ରାଉରକେଲା : ୧/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଜିନ୍ଦଲ ମାଇନ୍ସ କଲୋନୀ ରୁ ବୁଧବାର ରାତିରେ ସିରିଜ୍ ଚୋରି ହୋଇଯାଇଛି। କଲୋନୀରେ ଥିବା ୬ ଟି କ୍ୱାର୍ଟର ର ତାଲା ଭାଙ୍ଗି ଦୃବୃତ୍ତ ମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ସ୍ଵର୍ଣ୍ଣ ଅଳଙ୍କାର ଏବଂ ନଗଦ ଲୁଟି ନେଇ ଛନ୍ତି। ଘରେ କେହି ନଥିବା ବେଳେ ଦୃବ୍ରୁତ୍ତ ମାନେ କବାଟ ଭାଙ୍ଗି ଚୋରି କରିଛନ୍ତି। ରାଉରକେଲାରୁ ଯାଇଥିବା ସାଇଣ୍ଟଫିକ୍ ଟିମ୍ ସହ ଟେନ୍ସା ପୋଲିସ କଲୋନୀରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଯୋଗ୍ୟଯେ ଗତ ଜୁଲାଇ ୧୩ ତାରିଖରେ କୋଇଡା ଥାନା ଅନ୍ତର୍ଗତ ରୁଙ୍ଗଟା କଲୋନୀ ରେ ଦୁର୍ବୃତ୍ତ ମାନେ କ୍ୱାର୍ଟର ତାଲା ଭାଙ୍ଗି ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ଗହଣା ଚୋରି କରିଁ ନେଇଥିବା ଅଭଯୋଗ ହୋଇଥିଲା। ଗତ କାଲି ଜିନ୍ଦଲ କଲୋନୀରେ ହୋଇଥିବା ଚୋରି ଘଟଣାରେ ଟେନ୍ସା ଥାନା ପୋଲିସ ଦୁଇଜଣ ସୁରକ୍ଷା କର୍ମଚାରୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖି ଛନ୍ତି।