ବଣାଇ : ୧/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ପରେ ମଗରମୁଣ୍ଡା ଗ୍ରାମରେ ରାତି ଅଧରେ ପଶି ଘର ଭାଙ୍ଗି ଦେଇଛନ୍ତି ହାତୀ ପଲ୍ଲ। ଭୟଭୀତ ହୋଇ ପରିବାର ଲୋକେ ଘରୁ ଦୌଡ଼ି ପଳାଇ ଜୀବନ ବଞ୍ଚାଇଛନ୍ତି । ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ମଗରମୁଣ୍ଡା ଗାଁରେ।
ଗତକାଲି ରାତିରେ ହାତୀ ପଲ ମଗରମୁଣ୍ଡା ଗାଁ ଭିତରକୁ ଆସି ପଶି ଘର ଭଙ୍ଗାରୁଜା କରିଥିଲେ। ଗ୍ରାମବାସୀମାନେ ହାତୀ ଭୟରେ ପିଲାଛୁଆ ଧରି ଗାଁ ଛାଡ଼ି ପଳାଇ ଯାଇଥିଲେ। ଏଥିସହ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପହଞ୍ଚି ହାତୀ ପଲଙ୍କୁ ଘଉଡାଇଥିଲେ। ହାତୀ ପଲ ଗାଁରେ ପଶି ଘର ଭାଙ୍ଗିବା ସହ ଆସବାପତ୍ର ସବୁ ନଷ୍ଟ କରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିସହ ସହ ଧାନ ଓ ଚାଉଳକୁ ଖାଇ ନଷ୍ଟ କରି ଦେଇଛନ୍ତି।
ହାତୀ ପଲ ଦିନରେ ଧରିଣୀ ଧର ପାଲି ଜଙ୍ଗଲ ରହୁଥିବା ବେଳେ ରାତିରେ ଗାଁରେ ପଶି ଘର ଭାଙ୍ଗିବା ସହ ଚାଷ ଜମି ପଶି ନଷ୍ଟ କରୁଛନ୍ତି। ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବନ ବିଭାଗ କୌଣସି ଠୋସ୍ ପଦକ୍ଷେପ ନେଉ ନଥିବାରୁ ହାତୀ ପଲ୍ଲ ପୁଣି ଫେରି ଆସୁଛନ୍ତି। ଏଥି ନେଇ ଗ୍ରାମବାସୀ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।