ରାଉରକେଲା/ ବଣାଇ ୧୭/୬ (ସତ୍ୟାନ୍ୟୁଜ) ସୁନ୍ଦର ଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନାର ତlମଡା ନିକଟରେ ଆଜି ସକାଳେ ଏକ ବସ ଦୁର୍ଘଟଣା ଗ୍ରସ୍ତ ହୋଇ ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ଆହତ ମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି। ସମସ୍ତ ଆହତ ବସ ଯାତ୍ରୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ଚିକିତ୍ସା ପାଇଁ ଅଣାଯାଇଛି। ଆହତଙ୍କ ମଧ୍ୟରେ କେତେଜଣ ଗର୍ଭବତୀ ମହିଳା ଏବଂ ଆଶା କର୍ମୀ ଥିବା ଜଣାପଡିଛି। ବ୍ରେକ୍ ଫେଲ ଯୋଗୁ ବସ ପାହାଡ଼ରେ ପିଟି ହୋଇଯାଇ ଥିବା ଅନୁମାନ କରାଯାଇଛି।
ସୂଚନା ଅନୁଯାୟୀ ରାଜ୍ୟ ପରିବହନ ବିଭାଗର ଏହି ବସ ପଙ୍କଡ଼ିହି ରୁ ଗୁରୁଣ୍ଡିଆ ଦେଇ ବଣାଇ ଆସୁଥିଲା। ବସରେ ଯାତ୍ରୀ ମାନଙ୍କ ସହ କେତେ ଜଣ ଗର୍ଭବତୀ ମହିଳା ମଧ୍ୟ ଥିବାର ସୂଚନା ମିଳିଛି। ହଠାତ ତାମଡା ନିକଟ ଘାଟିରେ ବ୍ରେକ୍ ଫେଲ ହେବା ଯୋଗୁ ବସଟି ପାହାଡ଼ ରେ ପିଟି ହୋଇ ଯାଇ ଥିଲା। ଆହତ ମାନଙ୍କୁ ଆମ୍ବୁଲାନ୍ସରେ ରାଉରକେଲା ଅଣାଯାଇଛି।