ରାଉରକେଲା: ଧର୍ମାନୁଷ୍ଠାନରେ ସଶସ୍ତ୍ର ଡକାୟତି। ୧୦ ଲକ୍ଷ ଲୁଟ୍‌

0 3,238
  • ବ୍ରାହ୍ମଣୀତରଙ୍ଗ ଥାନା ଝରାବାହାଲରେ ଏକ ଚର୍ଚ୍ଚରେ ଲୁଟ୍‌
  • ଧର୍ମାନୁଷ୍ଠାନର ୨ ଜଣ ଗୁରୁତର। ଆରଜିଏଚ୍‌ରେ ଭର୍ତ୍ତି
  • ହସ୍ପିଟାଲ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ରାଉରକେଲା ଏସ୍‌ପି
  • ପୋଲିସ ତଦନ୍ତ ଜାରି।
    *
  • ରାଉରକେଲା : ୧୫/୬ (ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଝରା ବାହାଲ କ୍ୟାଥୋଲିକ ଚର୍ଚ୍ଚରେ ଗତ କାଲି ବିଳମ୍ବିତ ରାତିରେ ସଶସ୍ତ୍ର ଡ଼କାୟତି ହୋଇଯାଇଛି। ଡକାୟତ ମନେ ଚର୍ଚ୍ଚରେ ଥିବା ଦୁଇଜଣ ଫାଦର ଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ଗୁରୁତର ଆହତ ଦୁଇ ପାଦ୍ରୀଙ୍କୁ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।
  • ଗତକାଲି ରାତି ପାଖାପାଖି ୨ଟା ବେଳେ ୧୨ ରୁ ୧୫ ଜଣ ଦୃର୍ବୁତ୍ତ ଚର୍ଚ୍ଚର ଗ୍ରୀଲ ଭାଙ୍ଗି ପଶିବା ପରେ ଏହି ଡକାୟତି କରିଥିଲେ। ଆଜି ଘଟଣା ସ୍ଥଳରେ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଏବଂ ଡ଼ିଏସପି ନିର୍ମଳ ମହାପାତ୍ର ପହଞ୍ଚି ତଦନ୍ତ କରିଛନ୍ତି। ଡ଼ିଆଇଜି ବ୍ରିଜେଶ ରାୟ ମଧ୍ୟ ଆଜି ରାଉରକେଲା ସରକାରୀ ଡାକ୍ତରଖାନାରେ ପହଞ୍ଚି ଫାଦର ଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ। ଏ ବାବଦରେ ଅଧିକ ସୂଚନା ଦେଉଛନ୍ତି ସତ୍ୟାନ୍ୟୁଜର ଚିଫ୍ ଏଡିଟର ସତ୍ୟାନନ୍ଦ ମହାନ୍ତି।
Leave A Reply

Your email address will not be published.