ସୁନ୍ଦରଗଡ଼ : ବିପୁଳ ପରିମାଣରେ ଗଞ୍ଜେଇ ଜବତ୍ କଲା ଟାଉନ୍ ଥାନା ପୋଲିସ୍।। ମହିଳାଙ୍କ ସମେତ ୩ ଗିରଫ।। ୩ କାର ,୨ ବାଇକ୍ ଜବତ।
୬୮ କେଜି ଗଞ୍ଜେଇ ସହ ତିନି ଗିରଫ
ଗିରଫ ଙ୍କ ମଧ୍ୟରେ ଜଣେ ମହିଳା, ୨ ଯୁବକ। ୩ଟି କାର ଜବତ
ସୁନ୍ଦରଗଡ଼:୧୪/୧୦(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ପକ୍ଷରୁ ଆଜି ଭବନୀପୁର ସ୍ପୋର୍ଟସ ହଷ୍ଟେଲ ପଛ ପେଟ ସେମିନା ଅଞ୍ଚଳର ଏକ ଘରେ ଚଢ଼ଉ କରି ୬୮ କେଜି ପାଖାପାଖି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଗିରଫ ତିନି ଜଣଙ୍କ ମଧ୍ୟରୁ ଜଣେ ମହିଳା ଏବଂ ଦୁଇ ଜଣ ଯୁବକ ଅଛନ୍ତି । ତାଙ୍କ ଠାରୁ ୩ଟି କାର ମଧ୍ୟ ଜବତ କରାଯାଇଛି। ଏହି ତିନି ଜଣ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ଯୋଜନା କରୁଥିବା ବେଳେ ସୂଚନା ପାଇ ମାଡ଼ି ବସିଥିଲା ପୁଲିସ । କତ୍ରା ଥାନା ଅଞ୍ଚଳ ଅଜିତ ଓରାମ (୩୦), ସନ୍ଦୀପ ଖାଲଖୋ(୩୨) ଏବଂ ଅନ୍ୟ ଜଣେ ମହିଳା ତିନୋଟି କାର ଓଆର ୦୨ ଏ ଏମ ୭୫୪୦, ଓଆର ୧୭ ପି ୬୮୧୨, ଓଆର ୦୨ ପିଡବ୍ଲୁ ୮୫୪୭ ରେ ଗଞ୍ଜେଇ ଆଣି ଉକ୍ତ ଘରେ ଛୋଟ ଛୋଟ ପୁଡିଆ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଯୋଗାଇବା ପାଇଁ ଯୋଜନା କରି ସେଠାରେ ଗଞ୍ଜେଇ ଭାଗ କରୁଥିଲେ । ସେହି ସମୟରେ ପୁଲିସ ସୂଚନା ପାଇ ଚଢ଼ଉ କରିଥିଲା । ଘରେ ଥିବା ଗୋଟିଏ ବାଇକ ଓଡି ୧୪ ଏସି ୨୧୨୫ ଏବଂ ଗୋଟିଏ ସ୍କୁଟର ଓଡ଼ି ୧୬ ଏନ ୬୨୭୮ କୁ ମଧ୍ୟ ଜବତ କରିଥିବା ଜଣାପଡିଛି ।