ସୁନ୍ଦରଗଡ଼:୨୮/୫(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ହାତିବାରି ଥାନା ପୋଲିସ ଏକ ଆଇପିଏଲ୍ ବେଟିଂ ରାକେଟ ର ପର୍ଦ୍ଦାଫାସ କରିଛି। ବିଶେଷ ସୁତ୍ରରୁ ସୂଚନା ପାଇ ପୋଲିସ୍ ଆଜି ଚଢାଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ୩ ଲକ୍ଷ ୯୫ ହଜାର ଟଙ୍କା , ଗୋଟିଏ କାର , ମୋବାଇଲ୍ ଫୋନ୍ , ବ୍ୟାଙ୍କ
ପାସବୁକ୍ ଆଦି ଜବତ କରିଛନ୍ତି। କ୍ରିକେଟ୍ ସଟ୍ଟା ମାଧ୍ୟମରେ ଏହି ଯୁବକ ମାନେ ଲକ୍ଷ ଲକ୍ଷ ଟଙ୍କା ଠକି ଥିବାର ସୂଚନା ମିଳିବା ପରେ ପୋଲିସ ଚଢାଉ କରି ଏହି ରାକେଟ୍ ର ଦୁଇ ସଦସ୍ୟଙ୍କୁ ଗିରଫ କରିଛନ୍ତି। ଏହି ରାକେଟ୍ ରେ ଅନ୍ୟ ମାନଙ୍କ ସମ୍ପୃକ୍ତି ର ତଦନ୍ତ ଚାଲିଛି।ବେଆଇନ୍ ଜୁଆ , ସଟ୍ଟା , କ୍ରିକେଟ୍ ବେଟିଂ ବିରୁଦ୍ଧରେ ଆଗକୁ ଚଢାଉ ଜାରି ରହିବ ବୋଲି ସୁନ୍ଦରଗଡ଼ ଏସପି ଅମ୍ରିତ ପାଲ୍ କୌର କହିଛନ୍ତି।