ରାଉରକେଲା : ଦନ୍ତା ହାତୀ ଆକ୍ରମଣରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ।। କୁଆଁରମୁଣ୍ଡା ବ୍ଲକ୍ ରେ ଗତ କାଲି ରାତିରେ ଘଟିଛି ଏହି ଘଟଣା।

0 126

ରାଉରକେଲା:୧୫/୧୦
(ସତ୍ୟାନ୍ୟୁଜ) ଦନ୍ତା ହାତୀ ଦଳି ଦେବାରୁ ଜଣେ ୬୨ ବର୍ଷୀୟ ଗ୍ରାମବାସୀଙ୍କ ମୃତ୍ୟୁ ହୋଇ ଯାଇଛି। ଏହି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଫରେଷ୍ଟ ଡିଭିଜନ ର କୁଆରମୁଣ୍ଡା ବ୍ଲକ୍ ରେ। ହାତୀ ଧାନ ଖାଉଥିବା ଶୁଣି ଉକ୍ତ ବ୍ୟକ୍ତି ଖେତ କୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ସୂଚନା ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନା ଆଣି ଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏବେ ବନ ବିଭାଗ ଉକ୍ତ ଦନ୍ତା ହାତୀ କୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି।

Leave A Reply

Your email address will not be published.