ବିରମିତ୍ରପୁର : ୧୪୩ ନମ୍ୱର୍ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ।। ରାସ୍ତା ମରାମତି ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ।

0 98

ବିରମିତ୍ରପୁର:୧୫/୧୦(ସତ୍ୟାନ୍ୟୁଜ) ବିରମିତ୍ରପୁର ଦେଇ ଯାଇଥିବା ୧୪୩ ନମ୍ୱର୍ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇ ପଡିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ ଖାଲ ହେବା ସହ ଭାରି ଯାନ ଯାତାୟତ ଯୋଗୁଁ ପ୍ରବଳ ଧୂଳି ଉଡୁଛି। ଫଳରେ ଏହି ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଲୋକଙ୍କ ଜୀବନ ହାନି ଘଟୁଛି। ଝାଡ଼ଖଣ୍ଡ ସୀମା ଠାରୁ ଆରମ୍ଭ କରି ତଲସରା ଛକ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି। ଏ ବାବଦରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ରାସ୍ତା ମରାମତି ହୋଇ ପାରୁ ନାହିଁ। ଖୁବ ଶୀଘ୍ର ରାଜପଥ ମରାମତି ଦାବିରେ ବିରମିତ୍ରପୁର ବିକାଶ ମଞ୍ଚ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ଦିଆ ଯାଇଛି। ସ୍ଥାନୀୟ ତହସିଲଦାର ଙ୍କ ଜରିଆରେ ଏହି ସ୍ମାରକପତ୍ର ବିକାଶ ମଞ୍ଚର କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କ ନିକଟକୁ ପଠାଇଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତା ମରାମତି କାମ ଶୀଘ୍ର ଆରମ୍ଭ ନକଲେ ମଞ୍ଚ ଆନ୍ଦୋଳନ କୁ ଓହ୍ଲାଇବ ବୋଲି କର୍ମକର୍ତ୍ତା ମାନେ କହିଛନ୍ତି।

Leave A Reply

Your email address will not be published.