ରାଉରକେଲା : ପୂର୍ବ ସରକାରଙ୍କ ପ୍ରଚଳିତ ବିଭିନ୍ନ ଯୋଜନା ଚାଲୁ ରହିବା ନେଇ ସନ୍ଦେହ।। ‘ଆହାର’ ଯୋଜନା ଚାଲୁ ରଖିବାକୁ ସମସ୍ତଙ୍କ ମତ।

0 291

ରାଉରକେଲା : ୮/୬ (ସତ୍ୟାନ୍ୟୁଜ) ଆଉ ଦୁଇ ଦିନ ପରେ ରାଜ୍ୟରେ ନୂତନ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ନିଶ୍ଚିତ ଭାବେ ନୂତନ ସରକାରଙ୍କ କାର୍ଯ୍ୟଶୈଳୀ ପୂର୍ବ ସରକାରଙ୍କ ଠାରୁ ଅଲଗା ରହିବ। ତେବେ ପୂର୍ବରୁ ରାଜ୍ୟରେ ଥିବା ବିଜେଡି ସରକାର ପ୍ରଚଳନ କରିଥିବା ବିଭିନ୍ନ ଜନ ହିତକର ଯୋଜନା ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା , ଲଷ୍ମୀ ବସ , ୫ଟଙ୍କିଆ ଆହାର ଯୋଜନା ଆଦି ବେଶ ଲୋକପ୍ରିୟ ରହିଛି। କିଛିଦିନ ହେଲା ବିଜୁ ସ୍ୱାସ୍ଥ୍ୟ କାର୍ଡର କାର୍ଯ୍ୟକାରୀତାକୁ ନେଇ ବିଭିନ୍ନ ହସ୍ପିଟାଲରେ ବିବାଦ ଏବଂ ଦ୍ୱନ୍ଦ ଦେଖା ଦେଇଥିଲା। ପରେ ଅବଶ୍ୟ ଏହି ଦ୍ଵନ୍ଦକୁ ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ସଚିବ ଦୂର କରିଥିଲେ। ଏବେ ଲଷ୍ମୀ ବସ ଏବଂ ୫ଟଙ୍କିଆ ‘ଆହାର’ ଯୋଜନା ଚାଲିବା ନେଇ ସନ୍ଦେହ ପ୍ରକାଶ ପାଇଲାଣି। ସହରାଞ୍ଚଳରେ ଜନସାଧାରଣଙ୍କୁ ୫ଟଙ୍କାରେ ଖାଦ୍ୟ ଯୋଗାଇ ଦେବାକୁ ‘ଆହାର’ ଯୋଜନା କରଯାଇଥିଲା। ବିଭିନ୍ନ ହସପିଟାଲ , ବସ ଷ୍ଟାଣ୍ଡ ତଥା ଜନଗହଳି ସ୍ଥାନରେ ଆହାର କେନ୍ଦ୍ର କରାଯାଇଥିଲା। ଏବେବି ଏହି କେନ୍ଦ୍ରରେ ଲୋକଙ୍କ ଭିଡ଼ ରହୁଛି। ଏହି ଯୋଜନା ଚାଲୁ ରଖିବା ସପକ୍ଷରେ ପ୍ରାୟ ସମସ୍ତେ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.