ରାଉରକେଲା : ସହରରେ ବଦଳିଛି ସିନେମା ହଲ୍ ର ଢାଞ୍ଚା।। କୋଣାର୍କ ସିନେମା ହଲ୍ ନୂଆ ରୂପରେ ଚାଲୁ ହେଲା।

0 132

ରାଉରକେଲା:୧୨/୧୦
(ସତ୍ୟା ନ୍ୟୁଜ) ସତୁରୀ , ଅଶି, ନବେ ଦଶକ ରେ ସିନେମା ହଲ୍ ରେ ଯେପରି ଭିଡ ହେଉଥିଲା ତା ଏବେ ନାହିଁ। ଯଦିଓ ସିନେମା ର କ୍ରେଜ୍ ଏବେବି ରହିଛି କିନ୍ତୁ ଏହାର ପରିଭାଷା ଏବଂ ମୂଳଦୁଆ ବଦଳି ଯାଇଛି। ପୂର୍ବରୁ ବଡ଼ବଡ଼ ସିନେମା ହଲ୍ ଥିଲା। ୮୦୦ ରୁ ୧ ହଜାର ଲୋକ ବସି ହଲ୍ ରେ ସିନେମା ଉପ ଭୋଗ କରୁଥିଲେ। ଏବେ କିନ୍ତୁ ଏହି ଧାରା ବଦଳି ଯାଇଛି। ସିନେମା ହଲ୍ ର ସ୍ଥାନ ନେଇଛି ମଲ୍ଟି ପ୍ଲେକ୍ସ।
ରାଉରକେଲା ସହରରେ ଥିବା ସମସ୍ତ ପୁରୁଣା ସିନେମା ହଲ୍ ପ୍ରାୟ ବନ୍ଦ ହୋଇ ଗଲାଣି। ତାର ସ୍ଥାନ ନେଇଛି ମଲ୍ଟି ପ୍ଲେକ୍ସ। କେବଳ କୋଣାର୍କ ସିନେମା ହଲ୍ ତାର ସ୍ଥିତି କୁ ବଜାୟ ରଖିଛି। ବହୁ ଦିନ ଧରି ବନ୍ଦ ରହିବା ପରେ ଏହି ହଲ୍ ପୁଣି ଖୋଲିଛି ନୂଆ ରୂପରେ। ସେଠାରେ ଏବେ ଚାଲିଛି ସିନେ ପ୍ଲେକ୍ସ ର ୩ଟି ସ୍କ୍ରିନ୍ ଯୁକ୍ତ ହଲ୍। ୩ ଟି ହଲ୍ ରେ ଏକା ସାଙ୍ଗରେ ୫୦୦ ଲୋକ ସିନେମା ଦେଖି ପାରିବେ ଏହି ହଲ୍ ରେ। ସୁନ୍ଦର ସିଟ୍ ବ୍ୟବସ୍ଥା ସହ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ଠିକ୍ ଅଛି। ତେବେ ଭଲ ସିନେମା
ହଲ୍ ରେ ରିଲିଜ୍ ହେଲେ ଲୋକମାନେ ନିଶ୍ଚିତ ଭାବେ ଦେଖିବାକୁ ଆସିବେ। ପୂର୍ବରୁ ଏହି ହଲ୍ ରେ ଗୀତ ଗାତା ଚଲ୍ , ଦିୱାର୍ , କୁଛ କୁଛ ହୋତା ହେ , ହମ୍ ଆପ କେ ହେ କୌନ ଭଳି ସିନେମା ରେକର୍ଡ ସପ୍ତାହ ଧରି ଚାଲିଛି। କୋଣାର୍କ ସିନେମା ଏବେ ପୁଣି ମୁଭି କ୍ରେଜ୍ ବଢ଼ାଇବ ବୋଲି ଆଶା କରା ଯାଉଛି।
ପୂର୍ବରୁ ରାଉରକେଲାରେ ରଜାକ୍ , ଲୀଳା , ଅପସରା , ଉମା , ଦୀପକ , କୋଣାର୍କ ଆଦି ସିନେମା ହଲ୍ ଥିଲା। ଏହି ହଲ୍ ଗୁଡ଼ିକ ଏବେ ମଲ୍ଟି ପ୍ଲେକ୍ସ ର ରୂପ ନେଇଥିବା ବେଳେ ଉମା ଟକିଜ୍ ବନ୍ଦ ହୋଇ ପଡ଼ି ରହିଛି। ଲୀଳା ସିନେମା ହଲ୍ ବହୁ ଦିନ ପୂର୍ବରୁ ସିଭିକ୍ ସେଣ୍ଟର୍ ରେ ପରିଣତ ହୋଇଛି।

Leave A Reply

Your email address will not be published.