ରାଉରକେଲା:୨୫/୫(ସତ୍ୟାନ୍ୟୁଜ) ବ୍ରିଜ୍ ଉପରେ ଜଳିଗଲା ହାଇୱା ଗାଡ଼ି। ଗାଡ଼ିରେ ନିଆଁ ଲାଗି ଯିବାରୁ ଡ୍ରାଇଭର ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଲେ। କିନ୍ତୁ ଡିଭାଇଡର୍ ରେ ପିଟି ହୋଇ ଗାଡ଼ିଟି ବ୍ରିଜ୍ ଉପରେ ଓଲଟି ପଡ଼ିଲା। ଏହି ଘଟଣା ରାଉରକେଲା ନୂଆ ବ୍ରାହ୍ମଣୀ ବ୍ରିଜ୍ ଉପରେ ଘଟିଛି। ଆଜି ଅପରାହ୍ନରେ ଏକ ଗେଟି ବୋଝେଇ ହାଇୱା ଗାଡ଼ି ବ୍ରାହ୍ମଣୀ ବ୍ରିଜ୍ ଉପରେ ଯାଉଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଡ୍ରାଇଭର ଗାଡ଼ି ଛାଡ଼ି ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଲା। ହେଲେ ଗାଡ଼ିଟି ବ୍ରିଜ୍ ଉପରେ ଓଲଟି ପଡ଼ିବାରୁ ଯାନ ବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଫାୟାର ବ୍ରିଗେଡ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା କ୍ଲିୟର କରିବାକୁ ଉଦ୍ୟମ ଜାରି ରଖିଛନ୍ତି।