ରାଉରକେଲା : ନକ୍ସଲ ଙ୍କ ଲ୍ୟାଣ୍ଡ ମାଇନ୍ସ ବିସ୍ପୋରଣରେ ଆହତ ଦୁଇ ସିଆରପିଏଫ୍ ଅଧିକାରୀଙ୍କୁ ଦିଲ୍ଲୀଏଆର୍ ଲିଫ୍ଟ କରାଗଲା।। ଗତକାଲି କୁମ୍ବିଂ ଅପରେସନ ବେଳେ ଆହତ ହୋଇଥିଲେ।
ରାଉରକେଲା:୧୧/୧୦
(ସତ୍ୟାନ୍ୟୁଜ) ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଗତ କାଲି ନକ୍ସଲ ଙ୍କ ଲ୍ୟାଣ୍ଡ ମାଇନ୍ସ ବିସ୍ପୋରଣରେ ଆହତ ହୋଇଥିବା ଦୁଇ ଜଣ ସିଆରପିଏଫ୍ ଯବାନ ଙ୍କୁ ଚିକିତ୍ସା ପାଇଁ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ନିଆ ଯାଇଛି। ଦିଲ୍ଲୀ ଏମ୍ସ ରେ ସେମାନଙ୍କ ଚିକିତ୍ସା ହେବା ନେଇ ସୂଚନା ମିଳିଛି।
ଶୁକ୍ରବାର ସନ୍ଧ୍ୟାରେ ଲ୍ୟାଣ୍ଡ ମାଇନ୍ସ ବିସ୍ପୋରଣରେ ଜଣେ ସିଆରପିଏଫ୍ ଅଧିକାରୀଙ୍କ ସମେତ ୩ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ରାଉରକେଲା ଆପୋଲୋ ହସ୍ପିଟାଲ୍ ରେ ଗତକାଲି ଭର୍ତ୍ତି କରା ଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଜଣେ ଯବାନ ଙ୍କ ମୃତ୍ୟୁ ହୋଇ ଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଥିଲେ। ଗୁରୁତର ଦୁଇ ସିଆରପିଏଫ୍ ଅଧିକାରୀଙ୍କୁ ଆଜି
ଏଆର୍ ଆମ୍ବୁଲାନ୍ସ ଯୋଗେ ଅଧିକ ଚିକିତ୍ସା ଲାଗି ଦିଲ୍ଲୀ ନିଆ ଯାଇଛି। ଏହା ପରେ ପରେ ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତରେ କୁମ୍ବିଂ ଅପରେସନ ଜୋରଦାର କରାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରା ଯାଇଛି। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ , ରାଉରକେଲା ଏସପି ନୀତେଶ ୱାଧୱାନି ଆଜି ଆପୋଲୋ ହସ୍ପିଟାଲ୍ ରେ ପହଞ୍ଚି ସମସ୍ତ ଚିକିତ୍ସା ବ୍ୟବସ୍ଥା କରିଥିଲେ #rourkela #odisha