ରାଉରକେଲା : ପ୍ରବଳ ଗରମ ସହ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ।। ଅଂଶୁଘାତରୁ ବଞ୍ଚି ରହିବାକୁ ପ୍ରଶାସନ ପକ୍ଷରୁ ସତର୍କତା ସୂଚନା ଜାରି।

0 299

ରାଉରକେଲା : ୮/୬ (ସତ୍ୟାନ୍ୟୁଜ) ରାଜ୍ୟରେ ତଥା ରାଉରକେଲାରେ କିଛିଦିନ ତାପମାତ୍ରା ସାମାନ୍ୟ କମ ରହିବା ପରେ ଏବେ ପୁଣି ପାରଦ ଉପରମୁହାଁ। ଆଜି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ଥିବା ବେଳେ ଆଗାମୀ ଦିନରେ ୨ ରୁ ୩ ଡିଗ୍ରୀ ବଢିବାର ସମ୍ଭାବନା ରହିଛି। ଅଂଶୁଘାତର ସମ୍ଭାବନା ଥିବାରୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଅଂଶୁଘାତ ଜନିତ ସଚେତନତା ଲାଗି ଡାକ ବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଉଛି। ବିଶେଷ କାମ ନଥିଲେ ଲୋକଙ୍କୁ ଖରାରେ ଘରୁ ନବହାରିବାକୁ ପରାମର୍ଶ ଦିଆଯାଉଛି। ଟାଣ ଖରାରେ କୌଣସି କଠିନ କାମ କରିବାକୁ ବାରଣ କରାଯାଇଛି। ଚଳିତ ବର୍ଷ ରାଉରକେଲା ସମେତ ସୁନ୍ଦରଗଡ ଜିଲ୍ଲାରେ ୨୦ରୁ ଉର୍ଦ୍ଧ୍ବ ଲୋକ ଅଂଶୁଘାତରେ ମୃତ୍ୟୁ ବରଣ କରିଥିବାରୁ ପ୍ରଶାସନ ପକ୍ଷରୁ ଲୋକ ମାନଙ୍କୁ ସଚେତନ ରହିବାକୁ ସତର୍କ କରା ଯାଉଛି।

Leave A Reply

Your email address will not be published.