ରାଉରକେଲା : ୮/୬ (ସତ୍ୟାନ୍ୟୁଜ) ପୁଣି ବଢିଲା ପିଆଜ ରେଟ୍। ତିନି ଦିନ ତଳେ ରାଉରକେଲା ସହରରେ ପିଆଜ କେଜି ପ୍ରତି ୨୦ ଟଙ୍କା ଥିବା ବେଳେ ଆଜି ୩୫ ଟଙ୍କାରେ ପହଞ୍ଚିଛି। ଦୁଇ ଦିନରେ କିଲୋ ପିଛା ୧୫ ଟଙ୍କା ବଢ଼ିବା ନେଇ ଖାଉଟି ଚିନ୍ତାରେ। କିଛି ଦିନ ପୂର୍ବରୁ ଡାଲି , ତେଲ ଆଦିର ଦର ବୃଦ୍ଧି ଘଟି ଥିବା ବେଳେ ଏବେ ପିଆଜ ଦର ବୃଦ୍ଧି ଲୋକଙ୍କୁ ବାଧୁଛି। ଦର ବୃଦ୍ଧିର ସଠିକ କାରଣ ଜଣା ପଡୁ ନଥିଲା ବେଳେ ମହାରଷ୍ଟ୍ରର ନାସିକ ରୁ କମ ପିଆଜ ଆସୁଥିବାରୁ ଏପରି ସ୍ଥିତି ଉପୁଜି ଥିବା କୁହାଯାଉଛି। ଆଗକୁ ପିଆଜ ଦର ଆହୁରି ଵୃଦ୍ଧି ପାଇବା ସମ୍ଭାବନା ଥିବାରୁ ପ୍ରଶାସନ ଏହା ଉପରେ ନଜର ରଖିବାକୁ ମତ ପ୍ରକାଶ ପାଇଛି।