ରାଉରକେଲା:୨୫/୫(ସତ୍ୟାନ୍ୟୁଜ) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର। ୧୧ ଦିନରେ ୪ର୍ଥ ଥର ବୃଦ୍ଧି।
ଦେଶରେ ପୁଣି ଥରେ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ। ଆଜି ପେଟ୍ରୋଲ ଲିଟର ପିଛା ୨.୬୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୨.୭୧ ଟଙ୍କା ବୃଦ୍ଧି ପାଇଛି। ଏହା ସହିତ ଗତ ୧୧ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ତୈଳ ଦର ବଢ଼ିଛି। ତେବେ ଦୂରତା ଦୃଷ୍ଟି ବିଭିନ୍ନ ସ୍ଥାନରେ ତେଲ ରେଟ୍ ଭିନ୍ନଭିନ୍ନ ପ୍ରକାର ରହିଛି।
ଏପର୍ଯ୍ୟନ୍ତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଦର ପ୍ରାୟ ୭.୫୦ ଟଙ୍କା ଓ ଡିଜେଲ ଦର ପ୍ରାୟ ୮ ଟଙ୍କା ବୃଦ୍ଧି ପାଇସାରିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ, ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଓ ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ରାଉରକେଲା ରେ ପେଟ୍ରୋଲ ଲିଟର ପିଛା ₹୧୧୦.୧୪ ପଇସା ଥିବା ବେଳେ ଡିଜେଲ ₹୧୦୧.୮୨ ପଇସା ରହିଛି। ସେହିପରି ଭୁବନେଶ୍ୱର ରେ ପେଟ୍ରୋଲ ଲିଟର ପିଛା ₹୧୦୯.୧୬ ପଇସା ଏବଂ ଡିଜେଲ ₹୧୦୦.୮୧ ପଇସା ରହିଛି।
ବିଶେଷଜ୍ଞମାନଙ୍କ ମତରେ ଆଗାମୀ ଦିନରେ ମଧ୍ୟ ତେଲ ଦର ଆହୁରି ବଢ଼ିପାରେ, ଯାହାର ସିଧା ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼ିବ।