ରାଉରକେଲା : ପ୍ରତି କ୍ଷେତ୍ରରେ ରାଉରକେଲାକୁ ଅବହେଳା ଅଭିଯୋଗ।। ସହରର ପୂର୍ବ ଗୌରବ ଫେରାଇ ଆଣିବାକୁ ବିଭିନ୍ନ ସଂଗଠନ ର ଦାବି।
ରାଉରକେଲା:୧୧/୧୦
(ସତ୍ୟାନ୍ୟୁଜ) ଦିନ ଥିଲା ରାଉରକେଲା ଶିକ୍ଷା , ସ୍ବାସ୍ଥ୍ୟ , ଗମନାଗମନ ସହ ଅନ୍ୟାନ୍ୟ କ୍ଷେତ୍ରରେ ରାଜ୍ୟର ଏକ ଅଗ୍ରଣୀ ଥିଲା। ମାତ୍ର ଏବେ ଏହି ସହର ସବୁ କ୍ଷେତ୍ରରେ ପଛରେ ରହି ଯାଇଛି। ରେଳବାଇ କ୍ଷେତ୍ରରେ ଚକ୍ରଧରପୁର ଡିଭିଜନ ରେ ସବୁଠାରୁ ଅଧିକ ରାଜସ୍ବ ରାଉରକେଲା ସେକ୍ସନ ଦେଉଛି। ତଥାପି ଏହାକୁ ସ୍ଵତନ୍ତ୍ର ରେଳ ଡିଭିଜନ କରା ଯାଇନାହିଁ। ଦିନ ଥିଲା ଆଇଜିଏଚ ରାଜ୍ୟରେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ଏକ ଅଗ୍ରଣୀ ହସ୍ପିଟାଲ୍ ଭାବେ ପରିଗଣିତ ହେଉଥିଲା। ମାତ୍ର ଏବେ ସହରରେ ସ୍ବାସ୍ଥ୍ୟ ସେବା ଏବେ ବିପର୍ଯ୍ୟସ୍ତ ହୋଇ ପଡିଛି। ଲୋକ ମାନଙ୍କୁ ଏଥି ପାଇଁ ଭୁବନେଶ୍ବର ଉପରେ ନିର୍ଭର କରିବାକୁ ପଡୁଛି। ଶିକ୍ଷା ବ୍ୟବସ୍ଥା ମଧ୍ୟ ଭୁଷୁଡି ପଡିଛି। ଏନ ଆଇ ଟି ଏବଂ ବିପିୟୁଟି କୁ ଛାଡି ଦେଲେ ଅନ୍ୟ ସବୁ ଶିକ୍ଷାନୁଷ୍ଠାନ ର ସେପରି ପ୍ରଭାବ ଆଉ ନାହିଁ। ବିମାନ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ରାଉରକେଲା ସହରର ପୂର୍ବ ଗୌରବ ଫେରାଇ ଆଣିବାକୁ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ବିର୍ସା ମୁଣ୍ଡା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଉରକେଲା ବୁଦ୍ଧିଜୀବୀ ସଂଘ , ହିନ୍ଦ୍ ମଜଦୂର ସଭା ଏବଂ ଅନ୍ୟାନ୍ୟ ସଂଗଠନ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।