ରାଉରକେଲା : ମୃତ ଆରଏସପି କର୍ମଚାରୀ ପରିବାରର ଜଣଙ୍କୁ ଚାକିରୀ ଦେବାକୁ ଦାବି।। ଆଇଜିଏଚ୍ ସମ୍ମୁଖରେ ଧାରଣାରେ ବସିଲେ ଜୁଏଲ।

0 432

ରାଉରକେଲା : ୫/୬ (ସତ୍ୟାନ୍ୟୁଜ) ସାତ ଦିନ ହେଲାଣି ଆଇ ଜି ଏଚ୍ ମୋର୍ଗ ହାଉସରେ ପଡି ରହିଛି ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ବୁଦ୍ଧିଆ କିଷାନଙ୍କ ମୃତ ଦେହ। ମେ ୩୦ ତାରିଖ ଦିନ ଘରୁ ଡ୍ୟୁଟି ଆସୁଥିବା ବେଳେ ରାସ୍ତାରେ ବୁଦ୍ଧିଆ ପଡି ଯାଇଥିଲେ। ତାଙ୍କୁ ତୁରନ୍ତ ଆଇଜିଏଚ୍ ଅଣା ଯାଇଥିଲା। ମାତ୍ର ଚକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଥିଲା। ସେ ଘରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିବାରୁ ତାଙ୍କ ପରିବାରର ଜଣଙ୍କୁ ଚାକିରୀ ଦେବା ପାଇଁ ଦାବି ହୋଇଥିଲା। ମାତ୍ର ଆରଏସପି କର୍ତ୍ତୃପକ୍ଷ ଦାବି ପୂରଣ ନକରିବାରୁ ପରିବାର ବର୍ଗ ୭ ଦିନ ହେଲା ଆଇଜିଏଚ୍ ସମ୍ମୁଖରେ ଧାରଣାରେ ବସିଛନ୍ତି। ସୁନ୍ଦରଗଡ଼ ସଂସଦ ଜୁଏଲ ଓରାମ ମଧ୍ୟ ସମାନ ଦାବିରେ ବୁଦ୍ଧିଆ କିଷାନଙ୍କ ପରିବାର ବର୍ଗଙ୍କ ସହ ଧାରଣାରେ ବସିଛନ୍ତି। ସନ୍ଧ୍ୟା ସୁଦ୍ଧା ଦାବି ପୂରଣ ନହେଲେ ଚରମ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଜୁଏଲ ।

Leave A Reply

Your email address will not be published.