ପୁରୀ : ନରେନ୍ଦ୍ର ପୁଷ୍କରଣୀରେ ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି।। ଏବେବି ୨୧ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ।
ପୁରୀ : ୧/୫ (ସତ୍ୟାନ୍ୟୁଜ) ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା। ଶନିବାର ଦିନ ଦୁଇଜଣ ଆଖି ବୁଜିବାରୁ ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି। ବିଭିନ୍ନ ହସ୍ପିଟାଲରେ ଏବେବି ୨୧ ଜଣ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଭିତରୁ କିଛି ଗୁରୁତର ମଧ୍ୟ ଅଛନ୍ତି।
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କିଛି ଗୁରୁତରଙ୍କର ୯୦ରୁ ୯୫ ପ୍ରତିଶତ ଶରୀର ପୋଡି ଯାଇଥିବା ଜଣା ପଡ଼ିଛି। ସେମାନଙ୍କୁ ଚିହ୍ନିବା ବି କଷ୍ଟକର ହୋଇପଡିଛି। ପରିଚୟ ଜାଣିବାକୁ ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି ସାମ୍ପଲ। ରିପୋର୍ଟ ଆସିଲେ ସେମାନଙ୍କ ପରିଚୟ ଜଣାପଡିବ।
ସୂଚନାଯୋଗ୍ୟଯେ ମେ’ ୨୯ ତାରିଖ ଦିନ ପୁରୀରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଘଟିଥିଲା ଏହି ଅଘଟଣ। ଠାକୁରଙ୍କ ଚନ୍ଦନ ଯାତ୍ରା ଚାଲିଥିବା ବେଳେ ଲୋକେ ବାଣ ଫୁଟାଇ ଥିଲେ। ତେବେ ବାଣ ଫୁଟାଇଲା ବେଳେ ଏକ ବାଣ ଗଦାରେ ନିଆଁ ପଡ଼ି ଯିବାରୁ ସେଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ତେବେ ବାଣ ଫୁଟାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାହାକୁ ଅନୁମତି ଦିଆଯାଇ ନଥିଲା ବୋଲି କୁହାଯାଉଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।