ରାଉରକେଲା : ପୂର୍ବତନ ବିଧାୟକ ଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଲେ ବୀରମିତ୍ରପୁର ବିଧାୟକ।। ଉଚିତ୍ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଙ୍କୁ ପତ୍ର।

0 345

ରାଉରକେଲା:୧୦/୧୦
(ସତ୍ୟାନ୍ୟୁଜ) ବୀରମିତ୍ରପୁର ର ପୂର୍ବତନ ବିଧାୟକ ଏବଂ କେତେକ ପୂର୍ବତନ ପଞ୍ଚାୟତ ପ୍ରତିନିଧିଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣି ଛନ୍ତି ବିଧାୟକ ରୋହିତ ଜୋସେଫ ତିର୍କୀ। ଅଭିଯୋଗ ଅନୁଯାୟୀ ପୂର୍ବତନ ବିଧାୟକ ଶକର ଓରାମ ଅକ୍ଟୋବର ୭ ତାରିଖ ଦିନ କୁଆଁରମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ବେଆଇନ୍ ଭାବେ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ସରକାରୀ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ଜଣେ ପୂର୍ବତନ ଲୋକ ପ୍ରତିନିଧି ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ କରିବା ଅସାମ୍ବିଧାନିକ ବୋଲି ଜୋସେଫ କହି ଛନ୍ତି। ଏହି ଘଟଣାର ତଦନ୍ତ କରି ଉଚିତ୍ କାର୍ଯ୍ୟନୁଷ୍ଠାନ ନେବାକୁ ବିଧାୟକ ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି।
ଅନ୍ୟପକ୍ଷରେ ଯେକୌଣସି ଲୋକ ବ୍ଲକ୍ କାର୍ଯ୍ୟଳୟ କିମ୍ବା ସରକାରୀ କାର୍ଯ୍ୟାଳୟରେ ଉନ୍ନୟନ ମୂଳକ କାମ ବାବଦରେ ତଥ୍ୟ ନେଇ ପାରିବେ ବୋଲି ପୂର୍ବତନ ବିଧାୟକ ଶଙ୍କର ଓରାମ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Leave A Reply

Your email address will not be published.