ବଣାଇ : ୧/୬ (ସତ୍ୟାନ୍ୟୁଜ) ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ। ଏଭଳି ବିଭତ୍ସହତ୍ୟା କାଣ୍ଡ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀ ପଡ଼ା ଥାନାର ବୁଢାଭୂଇଁ ଗାଁରେ। ମୃତକ ହେଲେ ପାତରସ ଓରାମ। ପୁତ୍ର ହତ୍ୟାକାରୀ ପିତାକୁ ପୁଲିସ ଗିରଫ କରିଛି।
ପାତରସ ଓରାମ ଓ ବାପା ଫ୍ରାନସିସ ଓରାମଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ପରେ ଝଗଡ଼ା ଏତେ ଭୟଙ୍ଗର ରୂପ ନେଥିଲା ଯେ ବାପପୁଅଙ୍କ ଭିତରେ କଥା କଟା କଟି ହୋଇଥିଲା। ଝଗଡ଼ାର କିଛି ସମୟପରେ ବାପପୁଅ ଘରକୁ ଆସିଥିଲେ। ହେଲେ ବାପା ଫ୍ରାନସିସଙ୍କର ରାଗ କମିନଥିଲା। ପୁଅକୁ କେମିତି ଜୀବନରୁ ମାରିବାକୁ ଚିନ୍ତା କରିଥିଲେ। ଘରେ ପୁଅ ପାତରସ ଶୋଇଥିବା ବେଳେ ବାପା ଏକ ଧାରୁଆ ଟାଙ୍ଗିଆ ନେଇ ପୁଅର ବେକକୁ ଚୋଟପରେ ଚୋଟ ମାରି ଚାଲିଥିଲେ। ଘଟଣା ସ୍ଥଳରେ ହିଁ ପୁଅର ମୃତ୍ୟୁ ହୋଇଥିଲା।