ରାଉରକେଲା : ସୁନ୍ଦରଗଡ଼ରେ ଅଟୋମେଟେଡ଼ ଡ୍ରାଇଭିଂ ଟେଷ୍ଟିଂ ବ୍ୟବସ୍ଥା ଆରମ୍ଭ।। ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଆରମ୍ଭ।
ସୁନ୍ଦରଗଡ଼, ୧/୦୬ : ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା ଆରମ୍ଭ ହୋଇ ଯାଇଛି ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଙ୍ଗ ବ୍ୟବସ୍ଥା। ଏହି ବ୍ୟବସ୍ଥା ଅନୁସାରେ ବର୍ତ୍ତମାନ ଟେଷ୍ଟିଙ୍ଗ ଟ୍ରାକ ରେ ଅବସ୍ଥାପିତ ହୋଇଥିବା ସିସି ଟିଭି କ୍ୟାମେରା ଏବଂ ଭିଡିଓ ଆନାଲିଟିକ ସିଷ୍ଟମ ମାଧ୍ୟମରେ ଡ୍ରାଇଭିଂ ପରୀକ୍ଷା ପରିଚାଳିତ ହେବ । ଏହି ବ୍ୟବସ୍ଥା ଅନ୍ତର୍ଗତ ଛଅ ଗୋଟି ଟେଷ୍ଟିଙ୍ଗ ଟ୍ରାକ ରେ ଚାରି ଚକିଆ ଯାନ ଚଳାଇ ନିର୍ଭୁଲ ଭାବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଅତିକ୍ରମ କରିପାରିଲେ ଆବେଦନକାରୀ ମାନେ ତତ୍ କ୍ଷଣାତ ପାସ୍ ହୋଇ ପାରିବେ। ସେହିପରି ଦୁଇ ଚକିଆ ଯାନ ପାଇଁ ଭିନ୍ନ ଏକ ଟ୍ରାକ୍ ର ବ୍ୟବସ୍ଥା ରହିଅଛି। ଏହି ବ୍ୟବସ୍ଥା ଦ୍ଵାରା ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀ ମାନେ ସହଜ ରେ ନିର୍ଭୁଲ ଭାବେ ନିଜ ଲାଇସେନ୍ସ ପାଇ ପାରିବେ ଏବଂ ଏହା ସମୟ ସାପେକ୍ଷ ମଧ୍ୟ ହୋଇ ପାରିବ ବୋଲି ଆଞ୍ଚଳିକ ପରିବହନ ବିଭାଗ ସୁନ୍ଦରଗଡ଼ ଦ୍ଵାରା ପ୍ରକାଶ।
ଏହି ଅବସର ରେ ପୂର୍ବତନ ଆଞ୍ଚଳିକ ପରିବହନ ଅଧିକାରୀ ସୁନ୍ଦରଗଡ଼ ଶ୍ରୀ ସୁକାନ୍ତ କୁମାର ଦାସ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପର୍ସୁରାମ ସାହୁ, ଏମ. ଭି. ଆଇ. ଦଲାନୀ ସା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ପରିବହନ ବିଭାଗ ର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।