ସୁନ୍ଦରଗଡ଼ : ୨୪/୫(ସତ୍ୟାନ୍ୟୁଜ) ରାଉରକେଲା- ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେ କରମଡିହିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଜଣେ ୬ ମାସ ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ବେଳେ ମାଆ ଗୁରୁତର ଆହତ ହୋଇଛି । ଦ୍ରୁତ ଗତିରେ ଏକ ଟ୍ରକ ମାଡ଼ି ଆସି ରାସ୍ତାରେ ଯାଉଥିବା ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସ୍କୁଟିରେ ମା କୋଳରେ ବସିଥିବା ୬ ମାସର ଶିଶୁ କନ୍ୟାଟି ର ଶୋଚନୀୟ ମୃତ୍ଯୁ ଘଟିଛି। ମୃତା ଶିଶୁ ହେଲେ ବଡ଼ଗାଁ ଇତମା ର
ଶ୍ରେୟାଂଶି। ମା ମୁନି ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ଇତମାରୁ ସ୍କୁଟିରେ ମୁନି ଶିଶୁ କନ୍ଯା ଶ୍ରେୟାଂଶି ଓ ସାନ ଭଉଣୀ ସହ ସୁନ୍ଦରଗଡ଼ ଆସୁଥିଲେ। ସ୍କୁଟି ସାନ ଭଉଣୀ ଚଲାଉଥିଲେ। କରମଡିହି ନିକଟରେ ଦ୍ରୁତ ଗତିରେ ଏକ ଟ୍ରକ ଆସି ସ୍କୁଟିକୁ ଧକ୍କା ଦେଇଥିଲା। ମା କୋଳରୁ ଛିଟକି ପଡ଼ି ଘଟଣାସ୍ଥଳରେ ହିଁ ଶିଶୁର ମୃତ୍ଯୁ ଘଟିଥିଲା। ମା ଗୁରୁତର ଆହତ ହେବା ପରେ ତାଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅଣା ଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରଯାଇଛି।