ରାଉରକେଲା : ମାଲଗାଡି ଲାଇନଚ୍ୟୁତ। ମରାମତି କାମ ଚାଲିଥିବାରୁ ଟେନସା- ବରସୁଆଁ ମାର୍ଗରେ ଯାନ ବାହାନ ଚଳାଚଳ ବନ୍ଦ।

0 2,660

ରାଉରକେଲା : ୨୪/୫ (ସତ୍ୟାନ୍ୟୁଜ) ଟେନସା – ବରସୁଆଁ ମୁଖ୍ୟ ରାସ୍ତାରେ ଗୁରୁବାର ଦିନ ତମାମ ଯାନ ବାହାନ ଚଳାଚଳ ବନ୍ଦ ରହିଥିଲା। ଏପରିକି ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଥିଲା। ରେଳ ଫାଟକ ବନ୍ଦ କରି ମରାମତି କାମ ଚାଲିଥିବାରୁ ଏହି ମାର୍ଗରେ ସଡକ ଯୋଗାଯୋଗ ବିଛିନ୍ନ ରହିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟ ପଟେ ଶହଶହ ଗାଡି ମଟର ଅଟକି ରହିଥିଲା। ଆଜି ମଧ୍ୟ ସ୍ଥିତି ସ୍ୱାଭାବିକ ହୋଇ ପାରିନାହିଁ। ଫଳରେ ସ୍ଥାନୀୟ ଲୋକେ ଏବଂ ଯାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୁନ୍ଦରଗଡ ଜିଲ୍ଲା ବରସୁଆଁ ରେଲୱେ ସାଇଡିଂ କୁ ଯାଉଥିବା ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବାରୁ ଏପରି ସ୍ଥିତି ଉପୁଜିଛି। ବରସୁଆଁ ରେଲୱେ ସାଇଡ଼ିଂ କୁ ଟ୍ରେନଟି ଯାଉଥିବା ବେଳେ ଏହାର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା। ଚକ୍ରଧରପୁର ରେଳ ମଣ୍ଡଳର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ମରାମତି କାମ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.