ରାଉରକେଲା : ବୋଲେରୋ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ , ୮ ଆହତ।। ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ନିକଟରେ ଦୁର୍ଘଟଣା।

0 596

ରାଉରକେଲା : ୧୭/୫ (ସତ୍ୟାନ୍ୟୁଜ) ୧୪୩ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଡିଭାଇଡରରେ ବୋଲେରୋ ପିଟି ହେବା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ
ଧାନ ଘର ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛଥିଲା। ପରେ କେତେକ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ରାଉରକେଲା ସରକାରୀ ଡାକ୍ତରଖାନା ଆସିବା ପରେ ଅତି ଗୁରୁତରଙ୍କୁ ଜେପି ହସ୍ପିଟାଲ ପଠାଯାଇଛି।
ସୂଚନା ଅନୁଯାୟୀ ଆଜି ସକାଳେ ବୋଲେରୋଟି ବାଲେଶ୍ୱର ଭୋଗରାଇରୁ ରାଉରକେଲା ଅଭିମୁଖେ ଆସୁଥିଲା। ଧାନ ଘର ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଯାଇଥିଲା। ଦୁର୍ଘଟଣାରେ ଡ୍ରାଇଭର ସମେତ ୧୦ ଜଣ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତପନ ଦାସ ମହାପାତ୍ର ଏବଂ ସରୋଜିନୀ ମହାପାତ୍ରଙ୍କ ମୃତ୍ୟୁ ଘଟିଛି।
ଡ୍ରାଇଭରର ଆଖି ଲାଗିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଚାନ୍ଦିପୋଷ ପୋଲିସ ଏହି ଦୁର୍ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.