ରାଉରକେଲା : ୧୭/୫ (ସତ୍ୟାନ୍ୟୁଜ) କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ରାଉରକେଲାରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶ ରେ ଯୋଗ ଦେଇଛନ୍ତି। ଏରୋଡ୍ରମ ନିକଟ ପଡ଼ିଆରେ ଶ୍ରୀ ଶାହା ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ସମାବେଶରେ ସୁନ୍ଦରଗଡ଼ ବିଜେପି ସଂସଦ ପ୍ରାର୍ଥୀ ଜୁଏଲ ଓରାମ , ରାଉରକେଲା ବିଧାନସଭା ଆସନ ପ୍ରାର୍ଥୀ ଦିଲ୍ଲୀପ ରାୟ , ରଘୁନାଥପାଲି ବିଧାନସଭା ଆସନ ପ୍ରାର୍ଥୀ ଦୁର୍ଗା ତନ୍ତି , ବିରମିତ୍ରପୁର ବିଧାନସଭା ଆସନ ପ୍ରାର୍ଥୀ ଶଙ୍କର ଓରାମ ପ୍ରମୁଖ ଉପସ୍ଥିତ ଥିଲେ। ଅମିତ ଶାହା ନିଜ ବ୍ୟକ୍ତବ୍ୟରେ ଓଡ଼ିଶାରେ ଡବଲ ପରିବର୍ତ୍ତନ ହେବା ନିଶ୍ଚିତ ବୋଲି କହିବା ସହଁ ଓଡ଼ିଶାରେ ୧୫ରୁ ଅଧିକ ଲୋକସଭା ଜିତିବ ବିଜେପି
ଓଡ଼ିଶାରେ ୭୫ରୁ ଅଧିକ ବିଧାନସଭା ଜିତିବ ବିଜେପି , ଓଡ଼ିଶାରେ ନବୀନ ବାବୁଙ୍କୁ ହଟାଇ ବିକାଶର ଇଂଜିନ ଗଡ଼ିବ , ପ୍ରଥମ ୪ ପର୍ଯ୍ୟାୟରେ ମୋଦିଜୀ ୨୭୦ ସିଟ୍ ଟପିଗଲେଣି , ଏଥର ମୋଦିଜୀ ୪ଶହ ପାର୍ କରିଯିବା ସ୍ପଷ୍ଟ ଜଣାପଡ଼ିଲାଣି , କେନ୍ଦ୍ର ସହ ଓଡ଼ିଶାରେ ବି ବିଜେପି ସରକାର ଗଠନ ହେବ
ଓଡ଼ିଶାକୁ ନକ୍ସଲବାଦରୁ ମୁକ୍ତି କରିବା କାମ କରିଛନ୍ତି ମୋଦି , ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଗୌରବକୁ ପୁନଃ ପ୍ରତିଷ୍ଠା କରିବ ଏହି ନିର୍ବାଚନ ବୋଲି କହିଥିଲେ।
କଂଗ୍ରେସ ଏଯାଏ କୌଣସି ଆଦିବାସୀଙ୍କୁ ରାଷ୍ଟ୍ରପତି କରିନି , ବିଜେପି ଓଡ଼ିଶାର ଜଣେ ଆଦିବାସୀ ଝିଅଙ୍କୁ ରାଷ୍ଟ୍ରପତି କରିଛି ,ପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିକୁ ଅପମାନିତ କରାଯାଉଛି ,ରତ୍ନଭଣ୍ଡାର ଅସଲି ଚାବି କୁଆଡ଼େ ଗଲା କହନ୍ତୁ ନବୀନ ବାବୁ ,ତଦନ୍ତ କମିଶନ ରିପୋର୍ଟ କାହିଁକି ଚପା ଯାଇଛି ,ବିଜେପି ସରକାର ଆସିଲେ ମାସକରେ ରିପୋର୍ଟ ସାର୍ବଜନୀନ ହେବ , ନବୀନ ବାବୁଙ୍କ ଶାସନକୁ ଅଫିସର ଚଳାଉଛନ୍ତି ,ଓଡ଼ିଶାରେ ଆଦିବାସୀଙ୍କ ଜମିକୁ ହଡ଼ପ କରାଯାଉଛି , ନବୀନ ବାବୁ ଓଡ଼ିଶାର ଉନ୍ନତି କରିପାରିବେନି ,
ଓଡ଼ିଶାର ଉନ୍ନତି ପାଇଁ ଡବଲ ଇଂଜିନ ସରକାର ଦରକାର ବୋଲି ଅମିତ ଶାହା କହିଥିଲେ।