ରାଉରକେଲା : ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣା ଗ୍ରସ୍ତ।। ୧୦ ଆହତ।। ଚାନ୍ଦିପୋଷ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା।
ରାଉରକେଲା : ୧୭/୫ (ସତ୍ୟାନ୍ୟୁଜ) ୧୪୩ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଡିଭାଇଡରରେ ବୋଲେରୋ ପିଟି ହେବା ଯୋଗୁଁ ୧୦ ଜଣ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ
ଧାନ ଘର ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛଥିଲା। ପରେ କେତେକ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ ଆଜି ସକାଳେ ବୋଲେରୋଟି ବାଲେଶ୍ୱର ଭୋଗରାଇରୁ ରାଉରକେଲା ଅଭିମୁଖେ ଆସୁଥିଲା। ଧାନ ଘର ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଯାଇଥିଲା। ଦୁର୍ଘଟଣାରେ ଡ୍ରାଇଭର ସମେତ ୧୦ ଜଣ ଆହତ ହୋଇଛନ୍ତି।
ଡ୍ରାଇଭରର ଆଖି ଲାଗିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଚାନ୍ଦିପୋଷ ପୋଲିସ ଏହି ଦୁର୍ଘଟଣାର ତଦନ୍ତ କରୁଛି।