ରାଉରକେଲା : ଶଙ୍ଖ ନଦୀ ବ୍ରିଜ ତଳୁ ନଦୀ ପାଣିରୁ ମିଳିଲା ବୋରାରେ ବନ୍ଧା ଶବ।। ହତ୍ୟା ସନ୍ଦେହ।। ପୋଲିସ ତଦନ୍ତ ଜାରି।

0 1,905

ରାଉରକେଲା : ୯/୫ (ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଶଙ୍ଖ ନଦୀ ବ୍ରିଜ ତଳୁ ବୋରାରେ ବନ୍ଧାହୋଇ ପାଣିରୁ ମିଳିଛି ଜଣେ ବୟସ୍କ ବ୍ୟକ୍ତିଙ୍କ ଶବ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ ହୋଇଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ। ପୋଲିସ ଏହି ଅଜଣା ବ୍ୟକ୍ତିଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଜାରି ରଖିଛି।
ବେଦବ୍ୟାସ ଏବଂ କୁଆରମୁଣ୍ଡା ମଝିରେ ଥିବା ଯମୁନାନାକୀ ନିକଟ ଶଙ୍ଖ ବ୍ରିଜ ତଳେ ଆଜି ସକାଳେ ଏହି ବୋରା ନଦୀ ପାଣିରେ ଥିବା ସ୍ଥାନୀୟ ଲୋକେ ଦେଖି ପାରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନଦୀ ପାଣିରୁ ବୋରାରେ ବନ୍ଧା ହୋଇଥିବା ଶବ ବାହାର କରିଥିଲେ। ଉକ୍ତ ବ୍ୟକ୍ତି ଏକ କଳା ରଙ୍ଗର ଜ୍ୟାକେଟ ପିନ୍ଧିଥିବା ଦେଖା ଯାଉଥିଲା। ତାଙ୍କୁ ଅନ୍ୟ ସ୍ଥାନରେ ହତ୍ୟା କରି ବ୍ରିଜରୁ ନଦୀ ମଧ୍ୟକୁ ପକାଇ ଦିଆ ଯାଇଥିବା ଅନୁମାନ କରାଯାଉଛି। ଏ ବାବଦରେ ପୋଲିସର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.