ରାଉରକେଲା : ୧୫ ତାରିଖରେ ରାଉରକେଲା ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।। ଉଭୟ ବିଜେପି , ବିଜେଡି କର୍ମକର୍ତ୍ତା ଉତ୍ସାହିତ।
ରାଉରକେଲା : ୧୧/୫ (ସତ୍ୟାନ୍ୟୁଜ) ଆସନ୍ତା ୧୫ ତାରିଖରେ ରାଉରକେଲା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ସେହି ଦିନ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଆସିବା କାର୍ଯ୍ୟକ୍ରମ ରହିଛି। ଉଭୟ ଅମିତ ଶାହା ଏବଂ ନବୀନ ପଟ୍ଟନାୟକ ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ ଆସୁଛନ୍ତି। ଏହାକୁ ନେଇ ଉଭୟ ବିଜେପି ଏବଂ ବିଜେଡି ଶିବିରରେ ଉତ୍ସାହ ପ୍ରକାଶ ପାଇଛି। ଅମିତ ଶାହାଙ୍କ ଗସ୍ତକୁ ନେଇ ଶନିବାର ଦିନ ରାଉରକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଶାହାଙ୍କ ଗସ୍ତକୁ ସଫଳ କରିବା ଲାଗି ବୈଠକରେ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ସୁନ୍ଦରଗଡ ସଂସଦ ତଥା ଲୋକସଭା ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ବିଜେପି ପ୍ରାର୍ଥୀ ଜୁଏଲ ଓରାମ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି। ଆଜି ବଣାଇ ଅଞ୍ଚଳରେ ପ୍ରଚାର ବେଳେ ସେ ଅମିତ ଶାହାଙ୍କ ଗସ୍ତର ସୂଚନା ମଧ୍ୟ ଦେଇଛନ୍ତି। ବଣାଇ ବିଧାନସଭା ଆସନ ପ୍ରାର୍ଥୀ ସେବତୀ ନାୟକ ମଧ୍ୟ ଜୁଏଲଙ୍କ ସାଙ୍ଗରେ ପ୍ରଚାରରେ ସାମିଲ ହୋଇଛନ୍ତି। ଏବେ ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରଚାରକୁ ଜୋରଦାର କରିଥିବା ବେଳେ ୧୫ ତାରିଖରେ ନବୀନ ଏବଂ ଶାହାଙ୍କ ଗସ୍ତକୁ ନେଇ ଉଭୟ ଦଳର କର୍ମକର୍ତ୍ତା ଉତ୍ସାହିତ ଅଛନ୍ତି।