ରାଉରକେଲା : ୧୬/୪ (ସତ୍ୟାନ୍ୟୁଜ) ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ରାଜ୍ୟରେ ହେବାକୁ ଥିବା ବିଧାନ ସଭା ଏବଂ ଲୋକସଭା ନିର୍ବାଚନରେ ମତଦାନ ପ୍ରକିୟା ସରଳ ଓ ତ୍ରୁଟି ଶୂନ୍ଯ କରିବା ପାଇଁ ପୋଲିଂ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ା ରାଉରକେଲା ମୁନିସିପାଲ କଲେଜରେ ଆଜି ୬୩୦ ଜଣ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆ ଯାଇଛି। ରାଉରକେଲା, ବିରମିତ୍ରପୁର ଓ ରଘୁନାଥପଲ୍ଳୀ ନିର୍ବାଚନ ମଣ୍ଡଳୀର ପୋଲିଂ ଅଧିକାରୀ ମାନଙ୍କୁ ମାଷ୍ଟର ଟ୍ରେନର ମାନେ ଇଭିଏମ , ଭିଭିପାଟ୍ ବ୍ଯବହାର ବାବଦରେ ଟ୍ରେନିଂ ଦେଇଥିଲେ। ଏହା ସହ ନିର୍ବାଚନ ସମୟରେ ପୋଲିଂ ଅଫିସର ମାନଙ୍କ ପ୍ରମୁଖ କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ଏବଂ ପାନପୋଷ ଉପ ଜିଲ୍ଲାପାଳ ବିଜୟ ନାୟକ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରି ପ୍ରଶିକ୍ଷଣ କାର୍ଯ୍ୟ ନୀରିକ୍ଷଣ କରି ଥିଲେ।