ସୁନ୍ଦରଗଡ : ହର୍ଷ ଉଲ୍ଲାସର ସହ ମନାଗଲା ଇଦ୍ ଉଲ ପିତର।। ମସଜିଦରେ ଇଦ୍ ଶୁଭେଚ୍ଛା ଜଣାଇଲେ ସୁନ୍ଦରଗଡ ବିଜେଡି ସଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ।
ସୁନ୍ଦରଗଡ : ୧୧/୪ (ସତ୍ୟାନ୍ୟୁଜ) ଆଜି ଭାଇଚାରାର ପର୍ବ ଇଦ୍। ମୁସଲମାନ ସଂପ୍ରଦାୟର ଏହା ଏକ ବଡ ଏବଂ ପବିତ୍ର ପର୍ବ । ପବିତ୍ର ଇଦ୍-ଉଲ ଫିତର ଅବସରରେ ଆଜି ବିଭିନ୍ନ ମସଜିଦ୍ ମାନଙ୍କରଡ଼ ସମୁହ ନାମଜ ପାଠ ହୋଇ ଯାଇଛି । ହର୍ଷଉଲ୍ଲାସ ରେ ମୁସଲମାନ ସଂପ୍ରଦାୟ ର ଲୋକ ମାନେ ଏହି ପର୍ବ କୁ ପାଳନ କରିଛନ୍ତି । ଦୀର୍ଘ ଏକ ମାସ ଧରି ଭକ୍ତି ଓ ଶ୍ରଦ୍ଧା ର ସହିତ ଉପବାସ କରିବା ପରେ ଏହି ଇଦ୍ ପର୍ବ ପାଳନ କରାଯାଇଥାଏ । ସୁନ୍ଦରଗଡ ସଦର ମସଜିଦ୍ ରେ ମଧ୍ୟ ଆଜି ସମୁହ ନମାଜ୍ ପାଠ କରା ଯାଇଥିଲା ନମାଜ ପରେ ପରସ୍ପରକୁ ଆଲିଙ୍ଗନ କରି ମିଠା ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସୁନ୍ଦରଗଡ ସଦର ମସଜିଦ୍ ରେ ଇଦ୍ ର ଶୁଭେଚ୍ଛା ଜଣାଇବା ପାଇଁ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ , ତଥା ବିଜେଡି ସୁନ୍ଦରଗଡ ଲୋକସଭା ସାସଂଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ ପହଞ୍ଚି ଏହି ଶୁଭ ଦିନ ରେ ମୁସଲମାନ ସଂପ୍ରଦାୟର ଭାଇ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।