ରାଉରକେଲା : ବିଜେପି ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମର ରାଉରକେଲା ପହଞ୍ଚିଲେ।। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେବେ ।

0 373

ରାଉରକେଲା : ୧୧/୪ (ସତ୍ୟାନ୍ୟୁଜ) ରାଉରକେଲାରେ ଗୁରୁବାର ଦିନ ଆସି ପହଁଚିଛନ୍ତି ବିଜେପି ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମର। ତାପସ୍ୱିନୀ ଏକ୍ସପ୍ରେସରେରାଉରକେଲା ପହଞ୍ଚିବା।ପରେ ଷ୍ଟେସନରେ ସଂସଦ ତଥା ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ଏବଂ ଦଳୀୟ କର୍ମୀମାନେ ସ୍ୱାଗତ କରିଥିଲେ। ଶ୍ରୀ ତୋମର ଆଜି ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା କରିବା ସହ ବିଜେପି ମଣ୍ଡଳ ଅଧିକାରୀଙ୍କ ବୈଠକରେ ଯୋଗ ଦେବେ । ଏହି ବୈଠକରେ ସଂସଦ ଜୁଏଲ ଓରାମ , ଜିଲ୍ଲାର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମାନେ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଜେପି ମଣ୍ଡଳ ବୈଠକ ମେ ଫେଆର ହୋଟେଲରେ ଚାଲିଥିବା ବେଳେ ଅପରାହ୍ନ ୪ଟାରେ ଲୋକସଭା ନିର୍ବାଚନ ମଣ୍ଡଳୀର ବୈଠକ ହେବ ।

Leave A Reply

Your email address will not be published.