ସୁନ୍ଦରଗଡ : ଗୁଳି ଫୁଟାଇ ମହିଳାଙ୍କ ବେକରୁ ସୁନା ଚେନ ଲୁଟ୍।। ଦୃବୁର୍ତ୍ତଙ୍କ ଗୁଳି ମାଡ଼ରୁ ଅଳ୍ପକେ ବର୍ତ୍ତିଲେ ମହିଳାଙ୍କ ସ୍ୱାମୀ। ୫ ଗିରଫ।
ସୁନ୍ଦରଗଡ : ୧୬/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ କିଞ୍ଜିରିକେଲା ଥାନା ଅନ୍ତର୍ଗତ କୁଲବାରେ ଦ୍ରୁବୃତ୍ତ ମାନେ ଗୁଳି ଫୁଟାଇ ସୁନା ଚେନ ଲୁଟ୍ କରିଛନ୍ତି। ଏହାଛଡ଼ା ଗୁଳି ଚଳାଇ ଜଣେ ବ୍ୟବସାୟୀ ତଥା ରାଜନୈତିକ ନେତା ଭବାନୀ ପଟେଲଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ରବିବାର ରାତିରେ ୩ଟି ବାଇକରେ ୬ ଜଣ ହେଲମେଟ୍ ପିନ୍ଧିଥିବା ଦ୍ରୁବୃତ୍ତ ପୂର୍ବତନ ସମିତି ସଦସ୍ୟା ସୁଶୀଳା ପଟେଲଙ୍କୁ ପିସ୍ତଲ ଦେଖାଇ ସୁନା ଚେନ ଲୁଟି ନେଇ ଥିଲେ। ପତ୍ନୀଙ୍କ ପାଟି ଶୁଣି ସ୍ୱାମୀ ଭବାନୀ ପଟେଲ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ। ଏହା ଦେଖି ଦ୍ରୁବୃତ୍ତ ମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଖବରପାଇ ଗ୍ରାମବାସୀ ମାନେ ସେଠାରେ ପହଞ୍ଚି ୫ ଜଣଙ୍କୁ କାବୁ କରି ନେଇଥିଲେ। ପରେ ପୋଲିସ ପହଞ୍ଚି ଦ୍ରୁବୃତ୍ତଙ୍କୁ ଗିରଫ କରିବା ସହ ୩ଟି ପିସ୍ତଲ , ୩ଟି ବାଇକ ମୋବାଇଲ ଫୋନ ଆଦି ଜବତ କରିଛନ୍ତି। ସୋମବାର ଦିନ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।