ରାଉରକେଲା : ଆସନ୍ତାକାଲି ଇଦ୍।। ଇଦ୍ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ।। ନାଲା ରୋଡରେ ବିଭିନ୍ନ ସାମଗ୍ରୀ କିଣିବାକୁ ପ୍ରବଳ ଭିଡ଼।
ରାଉରକେଲା : ୧୦/୪ (ସତ୍ୟାନ୍ୟୁଜ) ଆସନ୍ତାକାଲି ଇଦ୍ ଉଲ୍ ଫିତର। ଇଦ୍ ପାଳନ ପାଇଁ ରାଉରକେଲା ସହରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଉରକେଲାରେ ଇଦ୍ ରେ ବିଭିନ୍ନ ମସଜିଦରେ ନମାଜ ପାଠ ହେବାକୁ ଥିବା ବେଳେ ଇଦଗା ମୈଦାନରେ ସାମୁହିକ ନମାଜ ପାଠ କରାଯିବ। ଗୁରୁବାର ସକାଳ ୮ ଟା ବେଳେ ଏହି ନମାଜ ପାଠ ହେବାକୁ ଥିବା ବେଳେ ଏଥିପାଇଁ ଇଦ୍ ପାଳନ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। ଇଦ୍ ରେ ନୂତନ ପୋଷାକ ଏବଂ ନୂତନ ସାମଗ୍ରୀ କିଣିବାର ପରମ୍ପରା ଥିବାରୁ ନାଲା ରୋଡ଼ରେ ବସିଥିବା ଅସ୍ଥାୟୀ ଦୋକାନ ମାନଙ୍କରେ ପ୍ରବଳ ଭିଡ ହେଉଛି। ଇଦ୍ ଶାନ୍ତି ଶୃଙ୍ଖଳା ସହ ପାଳନ ଲାଗି ରାଉରକେଲା ପ୍ରଶାସନ , ଇଣ୍ଟିଗ୍ରେସନ ଫୋରମ ଏବଂ ଇଦ୍ ପାଳନ କମିଟି ପକ୍ଷରୁ ନିବେଦନ କରାଯାଇଛି।