ରାଉରକେଲା : ଦିଲ୍ଲୀପ ରାୟ ରାଉରକେଲା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ।। ସୂଚନା ଦେଲେ ବରିଷ୍ଠ ବିଜେପି ନେତା ଜୁଏଲ ଓରାମ।
ରାଉରକେଲା : ୯/୪ (ସତ୍ୟାନ୍ୟୁଜ) ରାଉରକେଲା ବିଧାନସଭା ଆସନରୁ ଦିଲ୍ଲୀପ ରାୟ ପ୍ରାର୍ଥୀ ହେବା ନେଇ ବିଜେପିର ବରିଷ୍ଠ ନେତା ତଥା ସୁନ୍ଦରଗଡ ସଂସଦ ଜୁଏଲ ଓରାମ ମିଡିଆ କୁ ସୂଚନା ଦେଇଛନ୍ତି। ଜିଲ୍ଲାର ସବଡେଗା ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହି ସୂଚନା ଦେଇଛନ୍ତି। ବିଜେପିର କେନ୍ଦ୍ରୀୟ କମିଟି ଶ୍ରୀ ରାୟଙ୍କ ପ୍ରାର୍ଥୀତ୍ବକୁ ଅନୁମୋଦନ କରିଥିବା ବେଳେ କେତେକ ଆଇନ ଗତ କାରଣରୁ ଏହା ଘୋଷଣା ହୋଇ ପାରିନଥିଲା। ଏବେ କୋର୍ଟ ନିର୍ବାଚନ ଲଢ଼ିବା ନେଇ କ୍ଲିଅରାନ୍ସ ଦେବା ପରେ ଦିଲ୍ଲୀପ ରାୟ ରାଉରକେଲାରୁ ନିର୍ବାଚନ ଲଢ଼ିବେ ବୋଲି ଜୁଏଲ କହିଛନ୍ତି। ଜୁଏଲଙ୍କ ଏହି ଘୋଷଣା ପରେ ରାଉରକେଲା ରାଜନୀତି ସରଗରମ ହୋଇ ଉଠିଛି। ବିଜୁ1 ଜନତା ଦଳ ଶ୍ରମ ମନ୍ତ୍ରୀ ସାରଦା ପ୍ରାସାଦ ନାୟକଙ୍କୁ ରାଉରକେଲାରୁ ପୁଣି ପ୍ରାର୍ଥୀ କରିଥିବା ବେଳେ ଆଜି ସାରଦା ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଦିଲ୍ଲୀପ ତିର୍କୀଙ୍କ ସହ ରୋଡ଼ ଶୋ କରିଥିଲେ। ନିଜ ସମର୍ଥକଙ୍କ ସହ ସାରଦା ସହରର ବିଭିନ୍ନ ଅଞ୍ଚଳରେ ନିର୍ବାଚନ ପ୍ରଚାର କରିଥିଲେ। ଅନ୍ୟପକ୍ଷରେ ଦିଲ୍ଲୀପ ରାୟ ବୁଧବାର ଅପରାହ୍ନରେ ଆସି ରାଉରକେଲାରେ ପହଞ୍ଚିବେ। ଏଥି ନେଇ ଦିଲ୍ଲୀପଙ୍କ ସମର୍ଥକ ବେଶ ଉତ୍ସାହିତ ଅଛନ୍ତି। ଦିଲ୍ଲୀପ ରାୟ ରାଉରକେଲାରୁ ବିଜେପି ପ୍ରାର୍ଥୀ ହେଲେ ଦଳ ଆହୁରି ମଜବୁତ ହେବ ବୋଲି ଜୁଏଲ ଓରାମ କହିଛନ୍ତି।